Sat. Mar 7th, 2026

ବରଗଡ଼ରେ ବସ୍‌ ଚଳାଚଳ ବନ୍ଦ

196 Views

ବରଗଡ଼, ନଭେମ୍ବର,୫: ଆଜି ବରଗଡ଼ ଜିଲ୍ଲାରେ ଗଡ଼ିବନି ଘରୋଇ ବସ୍। ବରଗଡ଼ ସହରରେ ନୂତନ ବସ୍‌ଷ୍ଟାଣ୍ଡରେ ନିର୍ମାଣ ହୋଇଥିବା ଦୋକାନ ଗୃହକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଆଜି ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି।
ଅଭିଯୋଗ ଅନୁସାରେ, ପୌର ପରିଷଦ ପକ୍ଷରୁ ନୂତନ ବସ୍‌ଷ୍ଟାଣ୍ଡରେ ବେଆଇନ ନିର୍ମାଣ କରାଯାଇଛି। ଯାତ୍ରୀ ଓ ବସ୍ କର୍ମଚାରୀଙ୍କ ସୁବିଧାକୁ ଗୁରୁତ୍ୱ ନ ଦେଇ କେବଳ ବହୁତ ଗୁଡ଼ିଏ ଦୋକାନ ଗୃହ ନିର୍ମାଣ କରାଯାଇଛି।

ଏନେଇ ବସ୍ ମାଲିକ ସଂଘ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲା। କିନ୍ତୁ କିଛି ସୁଫଳ ନ ମିଳିବାରୁ ଶେଷରେ ସଂଘ ଆନ୍ଦୋଳନକୁ ଓହ୍ଲାଇଛି।
ତେଣୁ ଆଜି ଜିଲ୍ଲାରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି। ଏଥିସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସଂଘର କର୍ମକର୍ତ୍ତାମାନେ ଧାରଣା ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

By amfnews

Related Post