Mon. Mar 9th, 2026

ବରଗଡ଼ ସିଏସ୍‌ଓ ନିଲମ୍ବିତ, ଛୁଟି ଅନୁମୋଦନ ନ ଥାଇ ରହିବାରୁ କାର୍ଯ୍ୟାନୁଷ୍ଠାନ

182 Views

ଭୁବନେଶ୍ବର : ଛୁଟି ଦରଖାସ୍ତ ନ ଦେଇ ରହିବାରୁ ବରଗଡ଼ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀକର ମାଝୀ ନିଲମ୍ବିତ ହୋଇଛନ୍ତି। ଶ୍ରୀ ମାଝୀଙ୍କ ନିଲମ୍ବନ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। ନିଲମ୍ବନ ଅବଧି ସମୟରେ ସେ ଜିଲ୍ଲା ମୁଖ୍ୟାଳୟରେ ରହିବେ। ଏହାସହିତ ବିଭାଗୀୟ ଶାସନ ସଚିବଙ୍କ ବିନା ଅନୁମତିରେ ସେ ସ୍ଥାନ ଛାଡ଼ି କୁଆଡ଼େ ଯାଇ ପାରିବେନି ବୋଲି ନିର୍ଦ୍ଦେଶ ଦିଆଯାଇଛି। ନିକଟରେ ଧାନ ସଂଗ୍ରହ ଋୁତୁରେ ଟୋକନ୍ ସମସ୍ୟା ନେଇ ଚାଷୀମାନେ ବରଗଡ଼ରେ ଆନ୍ଦୋଳନ ଚଳାଇଥିବାବେଳେ ଜିଲ୍ଲାପାଳଙ୍କୁ ନ ଜଣାଇ ଶ୍ରୀ ମାଝୀ ଗୋଟିଏ ଦିନ ଛୁଟିରେ ରହିଯାଇଥିଲେ।

By amfnews

Related Post