Mon. Mar 9th, 2026

ବରଖାସ୍ତ ହୋଇଥିବା ଆଇପିଏସ୍ ଅଧିକାରୀ ସଂଜୀବ ଭଟ୍ଟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଲେ ନ୍ୟାୟାଳୟ

280 Views

ହାଜତ ଭିତରେ ମୃତ୍ୟୁ ମାମଲାକୁ ନେଇ ଗୁଜୁରାଟର ଜାମନଗର କୋର୍ଟ ବରଖାସ୍ତ ହୋଇଥିବା ଆଇପିଏସ୍ ଅଧିକାରୀ ସଂଜୀବ ଭଟ୍ଟ ଏବଂ ତାଙ୍କ ସହଯୋଗୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୧୯୯୦ରେ ଜାମନଗରରେ ଭାରତ ବନ୍ଦ ସମୟରେ ଏହି ହିଂସା ହୋଇଥିଲା । ଭଟ୍ଟ ସେ ସମୟରେ ଜାମନଗର ଏଏସପି ଥିଲେ ।

ଏହି ସମୟରେ ୧୩୩ ଲୋକଙ୍କୁ ପୁଲିସ୍ ଗିରଫ କରିଥିଲା , ଯେଉଁଥିରେ ୨୫ ଜଣ ଲୋକ ଆହତ ହୋଇଥିଲେ । ୮ ଜଣ ଲୋକ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।ନ୍ୟାୟିକ ହାଜତରେ ରହିବା ପରେ ଜଣେ ଅଭିଯୁକ୍ତ ପ୍ରଭୁଦାସ ମାଧବ ଜୀ ବେସନାନିଙ୍କ ମୃତ୍ୟୁ ଘଟିଥିଲା । ଭଟ୍ଟ ଏବଂ ତାଙ୍କ ସହଯୋଗୀଙ୍କ ଉପରେ ପୁଲିସ୍ ହାଜତରେ ମାରପିଟ୍ କରିବାର ଅଭିଯୋଗ ହୋଇଥିଲା ।

ଏହି ମାମଲାରେ ଆଇପିଏସ୍ ସଂଜୀବ ଭଟ୍ଟ ଏବଂ ଅନ୍ୟ ପୋଲିସ୍ ଅଫିସରଙ୍କ ବିରୋଧରେ ଅଭିଯୋଗ ଆସିଥିଲା , କିନ୍ତୁ ଗୁଜୁରାଟ ସରକାର ମାମଲା ଚଲାଇବା ପାଇଁ ଆଦେଶ ଦେଇନଥିଲେ । ୨୦୧୧ ରେ ରାଜ୍ୟ ସରକାର ଭଟ୍ଟଙ୍କ ବିରୋଧରେ ଟ୍ରାଏଲର ଅନୁମତି ଦେଇଥିଲେ । ବୁଧବାର ସୁପ୍ରିମକୋର୍ଟ ସଂଜୀବ ଭଟ୍ଟଙ୍କ ଯାଚିକା ଉପରେ ବିଚାର କରିବାକୁ ମନା କରିଦେଇଥିଲେ ।

By amfnews

Related Post