Sat. Nov 23rd, 2024

ବମିଖାଲ ଓଭରବ୍ରିଜ ଭୁଶୁଡିବା ଘଟଣା: ପଣ୍ଡା ଇନଫ୍ରା ମାଲିକ ପ୍ରତାପ ପଣ୍ଡା ଗିରଫ,ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

By amfnews May 4, 2018 #Featured
270 Views

ପଣ୍ଡା ଇନଫ୍ରା ମାଲିକ ପ୍ରତାପ ପଣ୍ଡାଙ୍କୁ ଗିରଫ କରିଛିି କମିଶନରେଟ୍ ପୋଲିସ୍ । ବମିଖାଲ ଓଭରବ୍ରିଜ୍ ଭୁଶୁଡିବା ନେଇ ପୋଲିସ ତାଙ୍କୁ କରୁଛି ପଚରାଉଚରା । ଗତକାଲି ରାତିରେ ପ୍ରତାପ ଆତ୍ମସମର୍ପଣ କରିଥିଲେ ।ପ୍ରତାପଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି କମିଶନର ୱାଇ ବି ଖୁରାନିଆ । ଗତକାଲି ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଁଚିଥିଲେ ପୁଲିସ୍ କମିଶନର ୱାଇ. ବି. ଖୁରାନିଆ ଓ ଡିସିପି ଅନୁପ ସାହୁ । ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇ ନିଜ ଆଡୁ ମାମଲା ରୁଜୁ କରିଥିଲା । ମୃତ୍ୟୁ ପାଇଁ ଦାୟୀ, ସରକାରୀ କାର୍ୟ୍ୟରେ ଖିଲାପ, ଠକେଇ, ଅବହେଳା ଭଳି ସଙ୍ଗୀନ ମାମଲା ରୁଜୁ କରାଯାଇଛି ବୋଲି କମିଶନର କହିଥିଲେ । ପୂର୍ବରୁ ମଧ୍ୟ ଓଭରବ୍ରିଜ୍ ଭୁଶୁଡିବା ଘଟଣାରେ ପ୍ରତାପ ପଣ୍ଡାଙ୍କୁ ଗିରଫ କରାଯାଇଥିଲା । ଜାମିନରେ ମୁକୁଳିବା ପରେ ପୁଣି ଘଟିଛି ଅଘଟଣ । ନିମ୍ନ ମାନର କାମ ଏବଂ ଶ୍ରମିକଙ୍କ ସୁରକ୍ଷାକୁ ଅଣଦେଖା କରାଯାଇଥିବା ନେଇ ଯେଉଁ ଅଭିଯୋଗ ଆସୁଛି ସେହି ଦିଗରେ ପୋଲିସ ତାଙ୍କୁ ପଚରାଉଚରା ଜାରି ରଖିଛି ।
ବମିଖାଲ ବିଜ୍ ଭୁଶୁଡିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉଚ୍ଚସ୍ତରୀୟ କମିଟି ଦ୍ୱାରା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେହିପରି ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି ।

By amfnews

Related Post