Sat. Mar 7th, 2026

ବନ୍ୟା ପୀଡିତାଙ୍କୁ କ୍ଷତିପୂରଣ ପ୍ରଦାନ

300 Views

ପଡିଆ : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକରେ ଗତ ସେପ୍ଟେମ୍ବର ୨୧ରେ ହୋଇଥିବା ବନ୍ୟାର ବିଭୀଷିକା ଲୋକଙ୍କ ମନରୁ ଆଜି ବି ହଟିନି। ବ୍ଲକର ବିଭିନ୍ନ ପଞ୍ଚାୟତର ଶହ ଶହ ଘର ଭାଙ୍ଗିଯିବା ସହ ବହୁ ଲୋକ ବେଘର ହୋଇଯାଇଥିଲେ। ବନ୍ୟାରେ ଲୋକେ ହନ୍ତସନ୍ତ ହେବା ସହ ଦୀର୍ଘ ଦିନ ଧରି ଖାଦ୍ୟପେୟ, ପୋଷାକ ପତ୍ର, ଘରଦ୍ବାର ଇତ୍ୟାଦି ପାଇଁ ତରଷୁଥିବା ବେଳେ ପ୍ରଶାସନର ସାହାଯ୍ୟ ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି।

ତେବେ ଏହି ବ୍ଲକର ଉଣ୍ଡ୍ରୁକୋଣ୍ଡା ପଞ୍ଚାୟତର ୫୫ ଜଣ, ଗିରକାନପାଲ୍ଲୀର ୨୧୦ ଜଣ, ସିମିଳିବାଞ୍ଝା ପଞ୍ଚାୟତର ୮ ଜଣ ପରିବାରକୁ ପ୍ରଶାସନ ତରଫରୁ ବୟସ୍କମାନଙ୍କୁ ଦିନକ ପିଛା ୬୦ ଟଙ୍କା ଏବଂ ଶିଶୁମାନଙ୍କୁ ଦୈନିକ ୪୫ ଟଙ୍କା ଆକାରରେ ମୋଟ ୪ଲକ୍ଷ ୬୭ହଜାର ୪୦ଟଙ୍କା ୭ ଦିନର ପ୍ରଦାନ କରାଯାଇଛି। ସେହିପରି ୨୦୧୫-୧୬ ଏବଂ ୨୦୧୭ ମସିହାରେ ହୋଇଥିବା ୧୧୫ ବନ୍ୟା ପ୍ରଭାବିତଙ୍କୁ ବାସଗୃହ ପ୍ରଦାନ ନେଇ ମଂଜୁର କରାଯାଇଥିବା ବିଡିଓ ଧରଣୀଧର ନାୟକ ପ୍ରକାଶ କରିଛନ୍ତି। ସେହିପରି ଡାଏ ବନ୍ୟାରେ ପ୍ରଭାବିତ ଲୋକଙ୍କୁ ବାସଗୃହ ଏବଂ ରାସ୍ତା ମରାମତି କରିବାକୁ ଦାବି ହୋଇଛି।

By amfnews

Related Post