Mon. Mar 9th, 2026

ବନ୍ଧୁକ ଦେଖାଇ ଗହଣା ଲୁଟିଲାବେଳେ ଧରା ପଡିଲେ ଦୁର୍ବୃତ

135 Views

କଟକ : କଟକ ସିଡିଏ ସେକ୍ଟର ୬ର ଏକ ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଗହଣା ଲୁଟି ନେଇ କାର୍‌ରେ ପଳାଉଥିବା ବେଳେ ଜଣେ ଦୁର୍ବୃତ୍ତକୁ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ମାଡ଼ ମାରିବା ପରେ ପୁଲିସରେ ଜିମା ଦେଇଛନ୍ତି।

ଗତକାଲି ରାତି ପ୍ରାୟ ୯ଟାରେ ୩ ଜଣ ଦୁର୍ବୃତ୍ତ ଦୋକାନକୁ ଆସି କିଣିବା ବାହାନାରେ ଗହଣା ଦେଖିଥିଲେ। ଏହି ସମୟରେ ଦୋକାନ ବାହାରେ ଏକ କାର୍‌ରେ ଆହୁରି ଦୁଇ ଜଣ ଦୁର୍ବୃତ୍ତ ଅପେକ୍ଷା କରିଥିଲେ। ଦୋକାନକୁ ପ୍ରବେଶ କରିଥିବା ଦୁର୍ବୃତ୍ତମାନେ ବନ୍ଧୁକ ଓ ଛୁରୀ ଦେଖାଇ ଗହଣା ନେଇ କାର୍‌ରେ ଚମ୍ପଟ ମାରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ଜଣେ ଯାଇପାରି ନଥିଲା। ତାକୁ ସ୍ଥାନୀୟ ଲୋକେ କାବୁ କରି ମର୍କତ ନଗର ଥାନାରେ ପୁଲିସ୍‌ ଜିମାରେ ଦେଇଛନ୍ତି। ପୁଲିସ୍‌ ତାକୁ ଅଟକ ରଖି ସିସିଟିଭି ଯାଞ୍ଚ କରି ତଦନ୍ତ କରୁଛି।

By amfnews

Related Post