Mon. Apr 21st, 2025

ବନ୍ଧା ହେଲା କିନ୍ନରଙ୍କ ଦଗାଦିଆ ପ୍ରେମିକ, ଲକ୍ଷାଧିକ ଟଙ୍କା ଚଳୁ କଲା

By amfnews Aug 18, 2019 #Featured
171 Views

ଖଣ୍ଡଗିରି : ବିବାହର ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ହଡ଼ପ କରି ଜଣେ କିନ୍ନରଙ୍କୁ ପ୍ରତାରଣା କରିବା ଅଭିଯୋଗରେ ବନ୍ଧା ହୋଇଛି ଦଗାଦିଆ ପ୍ରେମିକ। ସେ ହେଲା, ଭରତପୁରରେ ରହୁଥିବା ଶମ୍ଭୁନାଥ ବାରିକ ଓରଫ୍ ପପୁ(୨୭)। ଆଜି ଖଣ୍ଡଗିରି ଥାନା ପୁଲିସ ତାକୁ ଗିରଫ କରି ଦୁଷ୍କର୍ମ ଭଳି ସଙ୍ଗିନ୍ ଦଫାରେ କୋର୍ଟ ଚାଲାଣ କରିଛି। ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସୂଚନାନୁସାରେ ପପୁ ଜଣେ ଅଟୋଚାଳକ ଓ ସେ ଜଣେ କିନ୍ନରଙ୍କ ସହ ଦୀର୍ଘ ଦିନ ଧରି ସମ୍ପର୍କ ରଖିଥିଲେ। କିନ୍ନରଙ୍କ ଅଭିଯୋଗ ଅନୁସାରେ ପପୁ ତାଙ୍କୁ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କ ସହ ସମ୍ପର୍କ ରଖିଥିଲା। ପୂର୍ବରୁ ସେ ତାକୁ ଭଲମନ୍ଦରେ ଟଙ୍କା ସାହାଯ୍ୟ କରୁଥିଲେ। କିନ୍ତୁ ବିବାହ ପ୍ରତିଶ୍ରୁତି ପରେ ସେ ପ୍ରାୟ ନିଜର ସବୁ ରୋଜଗାର ପପୁ ହାତକୁ ଟେକି ଦେଉଥିଲେ। ପ୍ରାୟ ୩ବର୍ଷର ସମ୍ପର୍କ ଭିତରେ ସେ ଅଭିଯୁକ୍ତ ପପୁକୁ ପ୍ରାୟ ୩ ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି। ମାତ୍ର ଏବେ ପପୁ ତାଙ୍କୁ ଧୋକା ଦେଇଛି। ବିବାହ କରିବ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଛି। ବିବାହ କରିବ ନାହିଁ କି ନେଇଥିବା ଟଙ୍କା ଫେରାଇବ ନାହିଁ ବୋଲି ପପୁ କହିବାରୁ ସେ ବାଧ୍ୟ ହୋଇ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ।

By amfnews

Related Post