Mon. Jan 13th, 2025

ବନ୍ଧମୁଣ୍ଡା ରେଲୱେ ସ୍କୁଲ ଫି ବୃଦ୍ଧିକୁ କଂଗ୍ରେସର ବିରୋଧ

By amfnews Nov 4, 2018 #Featured
144 Views

ରାଉରକେଲା,  ନଭେମ୍ବର.୪ : ଶିକ୍ଷା ବର୍ଷ ମଝିରେ ସ୍କୁଲ ଫି ଦ୍ୱିଗୁଣରୁ ଊଦ୍ଧ୍ୱର୍ କରିବାରୁ ବନ୍ଧମୁଣ୍ଡା ସ୍ଥିତ ରେଲୱେ ସ୍କୁଲର ଅଭିଭାବକ ବୃନ୍ଦ ପଦଯାତ୍ରା କରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ରେଳ ବିଭାଗ ଏଏମ୍ଆର୍ଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଖବର ବିଭିନ୍ନ ଖବରକାଗଜର ପୃଷ୍ଠା ମଣ୍ଡନ କରିଛି ।

ଏହା ଏକ ହାସ୍ୟାସ୍ପଦ କଥ ଯେ, ରକ୍ଷକ ଯଦି ଭକ୍ଷକ ହୁଏ ଗୁହାରି କରିବା କାହାକୁ? ଉକ୍ତ ବିଦ୍ୟାଳୟ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହୋଇଆସୁଛି । ବର୍ତ୍ତମାନ କେନ୍ଦ୍ରରେ ବିଜେପି ସରକାର ଅଛି । ଅଭିଭାବକମାନଙ୍କ ତରଫରୁ ବିଜେପିର ନେତା ନେତାଗିରି କରି ଜୁଏଲ ଓରାମଙ୍କୁ ଦାବିପତ୍ର ଦେବା, ମନ୍ତ୍ରୀ ଚାହିଁଲେ ଏହା ଗୋଟିଏ ଫୋନ କଲ୍ ଦ୍ୱାରା ମଧ୍ୟ ସମାଧାନ ହୋଇପାରିଥାନ୍ତା । ଜନସାଧାରଣ ଓ ଅଭିଭାବକମାନଙ୍କୁ ଭୂୟାଁ ବୁଲାଇବା ପାଇଁ ଏକ ଏକ ଷଡଯନ୍ତ୍ର ତଥା ଚକ୍ରାନ୍ତ ଏବଂ ଶସ୍ତା ରାଜନୀତି ବୋଲି ରାଉରକେଲା ଜିଲା କଂଗ୍ରେସ ସଭାପତି ରବି ରାୟ କହିଛନ୍ତି । ଏହାକୁ ଜିଲା କଂଗ୍ରେସ ତରଫରୁ ଦୃଢ ବିରୋଧ କରାଯାଇଛି ।

By amfnews

Related Post