Tue. Dec 24th, 2024

ବନ୍ଧମୁଣ୍ଡା ବ୍ଲକ୍ କଂଗ୍ରେସ-୧୦ର ବୈଠକ ଅନୁଷ୍ଠିତ

rklsanchar@gmail.com' By J.N. Pradhan Jun 26, 2018 #Featured
154 Views

ରାଉରକେଲା, ୨୬/୬: ବନ୍ଧମୁଣ୍ଡା ବ୍ଲକ୍ କଂଗ୍ରେସ-୧୦ର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବନ୍ଧମୁଣ୍ଡା ବ୍ଲକ୍ର ବିଭିନ୍ନ ଅଞ୍ଚଳ ଯଥା ତିଲିକାନଗର, ଡିଜେଲ କଲୋନୀ, ବି-ସେକ୍ଟର, ସି-ସେକ୍ଟର ଓ ଡି-ସେକ୍ଟର, ଜୁଡି ବସ୍ତି ସମେତ ଅନ୍ୟାନ୍ୟ ଅଞ୍ଚଳର ବହୁ କଂଗ୍ରେସ କର୍ମୀ, ମହିଳା କଂଗ୍ରେସ କର୍ମୀ, ଯୁବ କଂଗ୍ରେସ କର୍ମୀ ଯୋଗଦାନ କରିଥିଲେ । ବ୍ଲକ୍ କଂଗ୍ରେସ ସଭାପତି ଶଙ୍କର ଅଗ୍ରୱାଲ ସମ୍ମିଳନୀରେ ସଭାପତିତ୍ୱ କରିଥିଲେ । ଜିଲା ସଭାପତି ରବି ରାୟ, କାର୍ଯ୍ୟକାରୀ ସଭାପତି ସବୀର ହୁସେନ, ବରିଷ୍ଠ ନେତା ଅଜିତ ସାମଲ ପ୍ରମୁଖ ଏଥିରେ ଯୋଗଦାନ କରିଥିଲେ ।

ବ୍ଲକ୍ କଂଗ୍ରେସକୁ କିଭଳି ଶକ୍ତିଶାଳୀ ଏବଂ କ୍ରିୟାଶୀଳ କରାଯିବ ଏବଂ ୱାର୍ଡ କମିଟି ଓ ବୁଥ୍ କମିଟିଗୁଡିକ ପୁନର୍ଗଠନ କରି ଏହାକୁ କ୍ରିୟାଶୀଳ ପାଇଁ ସର୍ବସମ୍ମତିକ୍ରମେ ମତ ପ୍ରକାଶ ପାଇଥିଲା । ଜିଲା ସଭାପତି ଶ୍ରୀ ରାୟ କହିଲେ, ସମସ୍ତଙ୍କୁ ଏକତ୍ରିତ ହୋଇ ତଥା ସମସ୍ତ ମତଭେଦକୁ ଭୁଲି କାମ କରିବାକୁ ହେବ । କାର୍ଯ୍ୟକାରୀ ସଭାପତି ଶ୍ରୀ ହୁସେନ କହିଲେ, ଆସନ୍ତା ସାଧାରଣ ନିର୍ବାଚନ ବହୁ କମ୍ ସମୟ ଅଛି । ତେଣୁ ଆପଣାନେ ସମସ୍ତେ ମିଳିତ ଭାବେ ଏ ଅଞ୍ଚଳରେ କିପରି ଦଳ ଶକ୍ତିଶାଳୀ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

ବରିଷ୍ଠ ନେତା ଶ୍ରୀ ସାମଲ କହିଲେ, ବର୍ତ୍ତମାନ ଓଡିଶା କଂଗ୍ରେସର ନେତୃତ୍ୱ ନିରଞ୍ଜନ ପଟ୍ଟନାୟକଙ୍କ ହାତରେ ରହିଛି ଏବଂ ରାଉରକେଲା ଜିଲା ସଭାପତି ରବି ରାୟ ଅଛନ୍ତି । ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ କର୍ମୀ ଏକଜୁଟ୍ ହୋଇପାରିଲେ ଦଳୀୟ କାର୍ଯ୍ୟକ୍ରମ ସଠିକ୍ ଭାବେ ପରିଚାଳିତ ହୋଇପାରିବ । ତେଣୁ ଅଖିଳ ଭାରତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବଳିଷ୍ଠ ନେତୃତ୍ୱକୁ ସବୁ ପ୍ରକାର କଂଗ୍ରେସ ନେତା, କର୍ମୀ, ମହିଳା, ଯୁବ, ଛାତ୍ର ମିଳିତ ଭାବେ ଦଳୀୟ କାର୍ଯ୍ୟକ୍ରମକୁ ସଫଳ କରି ତାଙ୍କ ନେତୃତ୍ୱ ପ୍ରତି ସମର୍ଥନ କରିବା ପାଇଁ ଅନୁରୋଧ ଜଣାଇଥିଲେ ।

ବୈଠକରେ ମହିଳା କଂଗ୍ରେସର ଗାୟତ୍ରୀ ସଂ, ମାଧବୀ ଚାତନ, ରୀନା ଶ୍ରୀବାସ୍ତବ, ବିମଲା, ସି.ଏଚ୍. ରମଣା, ଭିରସା ମୁଣ୍ଡା, ରଞ୍ଜିତ ବଡାଇକ, ଜି. ଦୁର୍ଯ୍ୟୋଧନ, ଶିବନନ୍ଦୀ ରାମ, ପି.ଏସ୍.ପି. ରାଓ, ଛଟକା ପଣ୍ଡା, ଚମ୍ପେଇ ମଣ୍ଡଳ, ଅଙ୍କିତ କୁମାର ସାହୁ, ଦିଗାମ୍ବର ମଣ୍ଡଳ, ପି.କେ. ମଲ୍ଲ, ସି. ପାଣ୍ଡେ, ବାବୁଲି ନାକେ, ସୁଶୀଲ ମହାନ୍ତ ଏବଂ ଅନ୍ୟମାନେ ଯୋଗ ଦେଇଥିବା ବେଳେ ସର୍ବେସ ସିଂ ଧନ୍ୟବାଦ ଦେଇଥିଲେ ।

Related Post