Sun. Mar 8th, 2026

ବନ୍ଦେ ମାତରଂକୁ ଜାତୀୟ ସଙ୍ଗୀତ ମାନ୍ୟତା ଦେବାକୁ ହୋଇଥିବା ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

176 Views

ନୂଆଦିଲ୍ଲୀ: ବନ୍ଦେ ମାତରଂକୁ ଜାତୀୟ ସଙ୍ଗୀତ ଭଳି ସମାନ ମାନ୍ୟତା ଦେବାକୁ କରାଯାଇଥିବା ଆବେଦନକୁ ଶୁକ୍ରବାର ଦିନ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ବିଜେପି ନେତା ଏବଂ ଆଇଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟ ଏହି ଆବେଦନ ଫାଇଲ୍‌ କରିଥିଲେ। ସେ ଅନୁରୋଧ କରିଥିଲେ କି, ଜାତୀୟ ସଙ୍ଗୀତ ଜନ ଗଣ ମନକୁ ଯେମିତି ମର୍ଯ୍ୟାଦା ମିଳୁଛି ବନ୍ଦେ ମାତରଂକୁ ମଧ୍ୟ ସେମିତି ମର୍ଯ୍ୟାଦା ମିଳୁ।

ଆବେଦନ ପତ୍ରରେ ଉପାଧ୍ୟୟ ଉଭୟ ଜାତୀୟ ସଙ୍ଗୀତ ଓ ଜାତୀୟ ଗାନର ପ୍ରଚାର ଓ ପ୍ରସାର ପାଇଁ ଜାତୀୟ ନୀତି ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦିଆଯାଉ। ସମସ୍ତ ସ୍କୁଲ୍‌ରେ ଏ ଦୁଇଟି ଗୀତ ଗାନ କରାଇବା ପାଇଁ ସରକାରଙ୍କୁ ନିର୍ଦେଶ ଦେବାକୁ ସେ ଅଦାଲତଙ୍କୁ ନିବେଦନ କରିଥିଲେ।

ଏ ଭଳି ଅନ୍ୟ ଏକ ପିଟିସନ୍‌ ୨୦୧୪ ଅକ୍ଟୋବର ମାସରେ ମଧ୍ୟ ଦିଲ୍ଲୀ ହାଇକୋର୍ଟରେ ଫାଇଲ୍‌ କରାଯାଇଥିଲା। ଭାରତୀୟ ଜନମାନସରେ ବନ୍ଦେ ମାତରଂ ‘ଅଭିନବ ଓ ସ୍ୱତନ୍ତ୍ର ସ୍ଥାନ’ ଅଧିକାର କରିଛି ବୋଲି ଦର୍ଶାଇ କେନ୍ଦ୍ର ସରକାର ଏହି ଆବେଦନକୁ ବିରୋଧ କରିବାରୁ ଅଦାଲତ ଏହାକୁ ଖାରଜ କରିଥିଲେ। ‘ବନ୍ଦେ ମାତରଂ’କୁ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ରଚନା କରିଥିବା ବେଳେ ‘ଜନ ଗଣ ମନ’ ଗୀତଟି ଲେଖିଥିଲେ ନୋବେଲ୍‌ ପୁରସ୍କାର ପ୍ରାପ୍ତ କବି ରବୀନ୍ଦ୍ର ନାଥ ଠାକୁର।

By amfnews

Related Post