249 Views
ସମ୍ବଲପୁର : ହୀରାକୁଦ ଡ୍ୟାମ୍ର ୬ଟି ଗେଟ୍ ବନ୍ଦ କରାଯାଇଛି । ପୂର୍ବରୁ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଥିବା ବେଳେ ବର୍ତ୍ତମାନ ୬ଟି ଗେଟ୍କୁ ବନ୍ଦ ରଖାଯାଇଥିବା ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଫଳରେ ଏବେ ମାତ୍ର ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧ ଲକ୍ଷ ୭୧ ହଜାର ୪୫୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୧୭ ହଜାର ୭୬୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବା ଜଣାଯାଇଛି।