Wed. Mar 11th, 2026

ବଦଳୁଛି ଓଡ଼ିଶା: ଟ୍ଵିଟ୍‌ରରେ ଭାଇରାଲ୍‌ ହେଲା ନିଆରା ଶୈଳୀର ପାଠପଢ଼ା

190 Views

ଭଦ୍ରକ: ବଦଳୁଛି ଓଡ଼ିଶା। ପାରମ୍ପରିକ ନୀତିରୁ ବାହାରକୁ ଯାଇ ଅନେକ କ୍ଷେତ୍ରରେ ବିକାଶମୁଖୀ ହେଉଛନ୍ତି ଲୋକେ। ଏଣିକି ଆଉ ସ୍କୁଲ୍‌ରେ ପାଠ ପଢ଼ା ବେଳେ ମାଡ଼ ନାହିଁ କି ଅତି ଛୋଟପିଲାଙ୍କ ପାଇଁ ଘରକୁ ପାଠ ନବା ନିୟମ ବି ନାହିଁ। ପାଠ ଆଉ ପିଲାଙ୍କ ପାଇଁ ବୋଝ ନୁହେଁ, ମନୋରଞ୍ଜନ। ଏଣିକି ବେତ ପାହାରରେ ପାଠ ନୁହେଁ। ପାଠ ପଢ଼ିବା ପାଇଁ ଶିକ୍ଷକ-ଶିକ୍ଷୟିତ୍ରୀ ଆପଣଉଛନ୍ତି ନାଚ-ଗୀତ ପନ୍ଥା।

ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟ୍‌ରରେ ଏକ ଭିଡିଓ ଘୂରିବାରେ ଲାଗିଛି। ଭିଡିଓଟି ଭଦ୍ରକ ଜିଲ୍ଲାର ତିହିଡ଼ି ଅଞ୍ଚଳର। ଭିଡିଓରେ ଜଣେ ଅଙ୍ଗନଓ୍ଵାଡ଼ି କର୍ମୀ ପିଲାମାନଙ୍କୁ ଭିନ୍ନ ଅନ୍ଦାଜରେ ପାଠ ପଢ଼ାଉଥିବାର ଦେଖିବାକୁ ମିଳିଛନ୍ତି। ଏହି ଅଙ୍ଗନଓ୍ଵାଡ଼ି ଦିଦି ପିଲାଙ୍କୁ ଗୀତ ଗାଇ ଗାଇ ପାଠ ପଢ଼ଉଛନ୍ତି।

Stalin Das@StalinDas

🚸Tihidi,Bhadrak

C.C : @SagarSpeaksNews

Embedded video

ଦିଦି ଜଣକ ହେଉଛନ୍ତି ଦମୟନ୍ତୀ ମିଶ୍ର। ଭିଡିଓଟିକୁ ଷ୍ଟଲିନ୍‌ ଦାସ ନାମକ ଜଣେ ଟ୍ଵିଟ୍‌ର ବ୍ୟବହାରକାରୀ ଟ୍ଵିଟର୍‌ରେ ପୋଷ୍ଟ୍‍ କରିବା ପରେ ଭିଡିଓଟି ଭାଇରାଲ୍‌ ହୋଇଛି।ଦମୟନ୍ତୀ କହନ୍ତି, ‘ନୂଆ ଅରୁଣିମା ଅଧୀନରେ ପିଲାମାନଙ୍କୁ ଗୀତ, ନାଚ ଓ ବିଭିନ୍ନ ଧରଣର ମନୋରଞ୍ଜନଧର୍ମୀ କାର୍ଯ୍ୟ ଜରିଆରେ ପାଠ ପଢ଼ାଯାଉଛି। ପ୍ରତ୍ୟେକ ଅଙ୍ଗନଓ୍ଵାଡ଼ିରେ ଏପରି କରାଯାଉଛି।

By amfnews

Related Post