Sat. Nov 23rd, 2024

ବଢୁଛି ବୈତରଣୀ ନଦୀର ଜଳସ୍ତର, ଚିନ୍ତାରେ ତଳିଆ ଅଂଚଳରେ ଲୋକେ

By amfnews Aug 21, 2020 #Featured
107 Views

ଭୁବନେଶ୍ୱର, ଅଗଷ୍ଟ ୨୧ : ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଆଖୁଆପଦା ଠାରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ରହିଛି । ଆଜି ସକାଳ ୭ଟା ସୁଦ୍ଧା ଏଠାରେ ୧୭.୮୪ ମିଟର ଥିଲା । ଘଣ୍ଟାକୁ ୦.୪ ମିଟର ଅନୁଯାୟୀ ବୈତରଣୀ ଜଳସ୍ତର ବଢ଼ିବାରେ ଲାଗିଛି । ଭଦ୍ରକ ଜିଲ୍ଲାରେ ବିଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇଥିବାରୁ ବିଭିନ୍ନ ବ୍ଲକର ତଳିଆ ଅଂଚଳର ଚାଷ ଜମି ଜଳମଗ୍ନ ହୋଇଛି ।

ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବାରୁ ୫ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଏଗୁଡ଼ିକ ହେଲା ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲା । କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ଅନୁଗୁଳ, ଢେଙ୍କାନାଳ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ ।

ବର୍ଷା ଯୋଗୁଁ ବନ୍ଦରଗୁଡ଼ିକରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଥିବା ବେଳେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଲଘୁଚାପ ବର୍ଷା ରାଜ୍ୟରେ କିଛି ସ୍ଥାନରେ ଜାରି ଥିବା ବେଳେ ୨୩ ତାରିଖରୁ ଆଉ ଏକ ଲଘୁଚାପ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

By amfnews

Related Post