Sun. Jun 8th, 2025

ଦିଲ୍ଲୀ ସରକାରଙ୍କ ବଡ ଘୋଷଣା, ଡିଜେଲ ମୂଲ୍ୟ 8.36 ଟଙ୍କାକୁ ହ୍ରାସ

By amfnews Jul 31, 2020 #Featured
239 Views

ନୂଆଦିଲ୍ଲୀ, ଜୁଲାଇ ୩୦ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି । ରାଜଧାନୀ ଦିଲ୍ଲୀରେ କରୋନା ଜୀବାଣୁ ସଙ୍କଟ ମଧ୍ୟରେ କେଜ୍ରିୱାଲ ସରକାର ଡିଜେଲର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀରେ ଡିଜେଲ ଉପରେ କେବଳ 16 ପ୍ରତିଶତ ଭାଟ୍ ଲାଗୁ ହେବ । କେଜ୍ରିୱାଲ ସରକାରଙ୍କ ଏହି ଘୋଷଣା ପରେ ବର୍ତ୍ତମାନ ଦିଲ୍ଲୀରେ ଡିଜେଲର ମୂଲ୍ୟ 8.36 ଟଙ୍କା ହ୍ରାସ ପାଇଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀରେ ଡିଜେଲ ଲିଟର ପିଛା 82 ଟଙ୍କାରେ ବିକ୍ରି ହେଉଥିଲା, ବର୍ତ୍ତମାନ ଏହା 30 ପ୍ରତିଶତରୁ 16 ପ୍ରତିଶତ ଭାଟକୁ ହ୍ରାସ କରାଯାଇଛି। ଏହା ସହିତ ବର୍ତ୍ତମାନ ଡିଜେଲର ମୂଲ୍ୟ 8 ଟଙ୍କା ହ୍ରାସ ପାଇଛି, ଯାହା ସହ ଡିଜେଲର ମୂଲ୍ୟ ବର୍ତ୍ତମାନ 73.64 ଟଙ୍କା ବିକ୍ରି ହେଉଛି ।

ଗୁରୁବାର ଦିନ ଦିଲ୍ଲୀର ସିଏମ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ ରାଜ୍ୟର ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଲୋକମାନେ ଦିଲ୍ଲୀରେ କାମ କରିବାକୁ ଫେରୁଛନ୍ତି, ପରିବେଶରେ ଉନ୍ନତି ଆସୁଛି ଏବଂ କରୋନା ମାମଲା ମଧ୍ୟ ହ୍ରାସ ପାଉଛି ।

ଅରବିନ୍ଦ କେଜ୍ରିୱାଲଙ୍କ ତରଫରୁ କୁହାଯାଇଥିଲା ଯେ ବ୍ୟବସାୟୀ ତଥା କାରଖାନା ମାଲିକମାନେ ତାଙ୍କୁ ନିବେଦନ କରିଛନ୍ତି, ଏଭଳି ପରିସ୍ଥିତିରେ ବର୍ତ୍ତମାନ ସରକାର ବିଭିନ୍ନ କଟକଣାକୁ କୋହଳ କରିଛନ୍ତି । ଯାହା ଦ୍ୱାରା ଦିଲ୍ଲୀରେ ଲୋକମାନେ ପୁଣି ଥରେ କାମ ଆରମ୍ଭ କରିପାରିବ ।

ସୂଚନାଯୋଗ୍ୟ ଯେ କରୋନା ଜୀବାଣୁ ସଙ୍କଟ ଏବଂ ଲକଡାଉନ୍ ମଧ୍ୟରେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଅନେକ ଦିନ ଧରି କ୍ରମାଗତ ଭାବେ ବୃଦ୍ଧି ପାଇଥିଲା।

ଏହି ସମୟରେ ଦିଲ୍ଲୀର ଡିଜେଲ ପ୍ରଥମ ଥର ପାଇଁ 80 ଟଙ୍କା ଅତିକ୍ରମ କରିଥିଲା, ଯାହାକୁ ନେଇ ପ୍ରବଳ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ ଦିଲ୍ଲୀରେ ଭାଟ୍ ବହୁତ ଅଧିକ ତେଣୁ ମୂଲ୍ୟ ବଢୁଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଏହି ସମୟରେ, ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି, ଯାହା ଦିଲ୍ଲୀର ଲୋକଙ୍କୁ ଟିକିଏ ଆଶ୍ୱସ୍ତି ପ୍ରଦାନ କରିବ।

By amfnews

Related Post