142 Views
ନୂଆଦିଲ୍ଲୀ, ଫେବୃଆରୀ ୧ : ଆଜି ସଂସଦରେ ଆଉ ମାତ୍ର କିଛି ସମୟ ପରେ ଆର୍ଥୀକ ବର୍ଷ ୨୦୨୧-୨୨ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ପେପର ଲେସ୍ ବଜେଟ୍ ହେବାକୁ ଯାଉଛି ।
ପେପର ଲେସ୍ ବଜେଟ୍ ଉପସ୍ଥାପନ ପାଇଁ ଆଜି ମେଡ୍ ଇନ୍ ଇଣ୍ଡିଆ ଟାବଲେଟ୍ ରେ ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି । ଏବଂ ଏଥିପାଇଁ ବର୍ତମାନ ରାଷ୍ଟ୍ରିୟ ଭବନରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ପହଞ୍ଚି ସାରିଲେଣି ।
ଆଉ ମାତ୍ର କେଇ ମିନିଟ୍ ପରେ ଦିନ ୧୧ ଟାରେ ସଂସଦରେ ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି । ତେବେ ଚଳିତ ବର୍ଷର ଡିଜିଟାଲ ବଜେଟ୍ ପାଇଁ ଏବେଠାରୁ ସେନସେକ୍ସ କ୍ରମାଗତ ଭାବରେ ବଢିବା ଆରମ୍ଭ ହୋଇଛି ।