Sun. Mar 8th, 2026

ବଜେଟ: ନୂଆ ବୋତଲରେ ପୁରୁଣା ମଦ କହିଲା କଂଗ୍ରେସ

195 Views

ନୂଆଦିଲ୍ଲୀ : ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଦି ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ବଜେଟକୁ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କଂଗ୍ରେସ କହିଛି। ସରକାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି। କୌଣସି ନୂଆ ଯୋଜନା ନାହିଁ। ଏହା କେବଳ ନୂଆ ବୋତଲରେ ପୁରୁଣା ମଦ ବୋଲି ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି।

ସେହିପରି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମୋତିଲାଲ ଭୋରା କହିଛନ୍ତି, ବଜେଟରେ ସାଧାରଣ ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ।

କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା ଟ୍ୱିଟ୍ କରି ନୂଆ ବଜେଟ ନୈରାଶ୍ୟଜନକ ବୋଲି କହିଛନ୍ତି। ଗାଁ, ନିଯୁକ୍ତି, ସହର ଆଦି ସମସ୍ତ କ୍ଷେତ୍ରରେ ବିକାଶ ଶୂନ୍ ବୋଲି ରଣଦୀପ କହିଛନ୍ତି। ଦେଶର ବିକାଶ ପାଇଁ ଗାଁ, ଚାଷୀ ଏବଂ ଗରିବ ଶ୍ରେଣୀର ଲୋକଙ୍କୁ ଅଧିକ ଫୋକସ କରିବା ଉଚିତ୍। ହେଲେ ସରକାର ଏ ଦିଗରେ ଗୁରୁତ୍ୱ ଦେଇନଥିବା ସେ କହିଛନ୍ତି। ଏଥିସହ ପେଟ୍ରୋଲ ଓ ଡିଜେଲରେ ସରକାର ସେସ ଦର ୧ ଟଙ୍କା ଲେଖାଏ ଲାଗୁ କରିବା ନିଷ୍ପତ୍ତିକୁ କଂଗ୍ରେସ ବିରୋଧ କରୁଛି ବୋଲି ସେ କହିଛନ୍ତି।

By amfnews

Related Post