Wed. Dec 25th, 2024

ବଜାରରୁ ଫେରୁଥିଲେ ମହିଳା, ସ୍ୱାମୀଙ୍କୁ ବାନ୍ଧି ୫ ସନ୍ତାନର ଜନନୀଙ୍କୁ ଦୁଷ୍କର୍ମ କଲେ ୧୭ ଅଭିଯୁକ୍ତ

By amfnews Dec 10, 2020 #Featured
107 Views

ଡୁମକା, ଡିସେମ୍ବର ୧୦ : ଝାଡ଼ଖଣ୍ଡର ଡୁମକା ଜିଲ୍ଲା ମୁଫସିସଲ ଥାନା ଅଂଚଳରେ ସ୍ୱାମୀଙ୍କ ସହିତ ସାପ୍ତାହିକ ବଜାରରରୁ  ଘରକୁ ଫେୁରଥିବା ବେଳେ ୫ ସନ୍ତାନର ଜନନୀ ୧୭ ଜଣ ଅଭିଯୁକ୍ତଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ପୋଲିସ ଥାନାରେ ଏନେଇ ପୀଡ଼ିତା ବୁଧବାର ଅଭିଯୋଗ କରିବା ପରେ ଘଟଣା ଲୋକଲୋଚନକୁ ଆସିଛି । ସାନ୍ତାଳ ପ୍ରଗଣା ଅଂଚଳର ପୋଲିସ ଉପମହାନିରୀକ୍ଷକ ସୁଦର୍ଶନ ପ୍ରସାଦ ମଣ୍ଡଳ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପୋଲିସ ମାମଲାର ତଦନ୍ତ କରୁଛି । ଏଥି ସହିିତ ଘଟଣା ସହିତ ଜଡ଼ିତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ କାର୍ଯ୍ୟନୁଷ୍ଠାନ ଆରମ୍ଭ କରି ଦିଆଯାଇଛି । 

ଏହା ପୂର୍ବରୁ ଡିଆଇଜି ସହିତ ପୋଲିସ ଅଧୀକ୍ଷକ ଅମ୍ବର ଲାକ୍ରା ଘଟଣା ସଂପର୍କରେ ସୂଚନା ମିଳିବା ପରେ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ପୀଡ଼ିତାଙ୍କ ବୟାନ ଆଧାରରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତମାନଙ୍କୁ ଯଥାଶୀଘ୍ର ଗିରଫ କରିବା ପାଇଁ ନିର୍ଦ୍ଦେଶ ହୋଇଛି । ପୀଡିତାଙ୍କୁ ମେଡିକାଲ ପରୀକ୍ଷା ପାଇଁ ପଠାଯାଇଛି । 

ଉପନିରୀକ୍ଷକ ସୁଦର୍ଶନ ପ୍ରସାଦ କହିଛନ୍ତି ଯେ, ଅଭିଯୁକ୍ତମାନଙ୍କର ପରିଚୟ ଖୋଜା ଚାଲିଛି । ପୀଡିତାଙ୍କର ମେଡିକାଲ ପରୀକ୍ଷା କରାଯାଉଛି । ମେଡିକାଲ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମହିଳା ଜଣକ ପୋଲିସକୁ ଦେଇଥିବା ବୟାନରେ କହିଛନ୍ତି ଯେ, ସେ ୧୭ ଜଣ ଲୋକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କୁ ସେ ଚିହ୍ନିଛନ୍ତି, ଯିଏକ ସମାନ ଗାଁରେ ବସବାସ କରିଥାଏ । 

ପୀଡିତାଙ୍କ ସ୍ୱାମୀ ପୋଲିସକୁ କହିଛନ୍ତି ଯେ, ଗାଁରେ ମଙ୍ଗଳବାର ବଜାର ବସିଥାଏ । ସେମାନ ଘରୋଇ ଜିନିଷ କିଣିବା ପାଇଁ ବଜାରକୁ ଯାଇଥିଲେ । ପାଖାପାଖି ୮ଟାରେ ବଜାରରୁ ଫେରୁଥିଲେ । ସେହି ସମୟରେ ନିଶାଶକ୍ତ ଅବସ୍ଥାରେ ରାସ୍ତାରେ ୧୭ ଜଣ ଛିଡା ହୋଇଥିଲେ । ଏମାନଙ୍କ ମଧ୍ୟରୁ ୫ ଜଣ ତାଙ୍କୁ ବାନ୍ଧି ଦେଇଥିଲେ ଏବଂ ସ୍ତ୍ରୀଙ୍କୁ ସେଠାରୁ ଉଠାଇ ନେଇଥିଲେ । ସେଠାରେ ସେମାନେ ଦୁଷ୍କର୍ମ କରିଥିଲେ । 

By amfnews

Related Post