Tue. Nov 5th, 2024

ବଙ୍ଗୋପସାଗରରେ ସୃଷ୍ଟି ହେଲା ପୁଣି ଏକ ଲଘୁଚାପ, ଡିସେମ୍ବର ପହିଲାରୁ ହାଡ଼ଭଙ୍ଗା ଶୀତରେ ଥରିବ ଓଡ଼ିଶା

By amfnews Nov 29, 2020 #Featured
115 Views

ଭୁବନେଶ୍ୱର, ନଭେମ୍ବର 29 : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ।  ଏହା ଧୀରେ ଧୀରେ ପଶ୍ଚିମ ଆଡ଼କୁ ଗତି କରିବା ସହ ୨ ତାରିଖ ବେଳକୁ ଦକ୍ଷିଣ ତାମିଲନାଡୁ ଉପକୂଳରେ ସ୍ଥଳଭାଗ ଛୁଇଁବ । ଏହା ପ୍ରଭାବରେ ତାମିଲନାଡୁର ଦକ୍ଷିଣ ଉପକୂଳବର୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବ ।  ଓଡ଼ିଶାରେ ବର୍ଷାର ସମ୍ଭାବନା ସାମାନ୍ୟ ରହିଛି  । କିନ୍ତୁ ପାଗ ମେଘୁଆ ରହିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । 

ରାଜ୍ୟରେ ପାରଦ ତଳକୁ ଖସିବା ସହ ଶୀତ ବଢ଼ିବା ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟାରେ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିଛି ।  ଶନିବାର ୫ ସହର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଛି ।  ରାଜ୍ୟର ସର୍ବନିମ୍ନ ତାପମାତ୍ରା ସୋନପୁରଠାରେ ୧୧.୦ ଡିଗ୍ରି ରେକର୍ଡ ହୋଇଛି  । ଆହୁରି ବଢିବ ଶୀତ।  ୨ ଦିନରେ ପାଖାପାଖି ୪ ଡିଗ୍ରୀ ତାପମାତ୍ରା ଖସିବ। ଆଉ ଡିସେମ୍ବର ପହିଲାରୁ ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେବ ।

By amfnews

Related Post