125 Views
ତିରୁବନନ୍ତପୁରମ : କେରଳ ରାଜ୍ୟ ସରକାର ଏଭଳି ଏକ ବଗିଚାକୁ ବିକଶିତ କରୁଛନ୍ତି ଯାହାକି ସମ୍ପୂର୍ଣ୍ଣ ଭାବରେ ଡିଜିଟାଲ ହେବ |ଏହି ବଗିଚାରେ ଥିବା ଗଛରେ କ୍ୟୁଆର କୋଡ଼ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି | ଯାହାକୁ ସ୍କାନ କଲେ ଆପଣ ଗଛ ବାବଦରେ ସବୁକିଛି ଜାଣିପାରିବେ | ଏହି ବଗିଚାଟି କେରଳ ରାଜଭବନରେ ଥିବାବେଳେ ଏହା କନକକୁନୁ ନାମରେ ପରିଚିତ |
ଯେଉଁସବୁ ଗଛରେ ଏହି କୋଡ଼ ଲାଗିଛି ସେହି ଗଛଗୁଡିକ ୧୦୦ ବର୍ଷରୁ ଅଧିକ ପୁରୁଣା ବୋଲି ଜଣାପଡିଛି | ଆମେରିକା ଓ ଜାପାନ ଭଳି ଦେଶରେ ଏହି ବ୍ୟବସ୍ଥା ପୂର୍ବରୁ କାର୍ଯ୍ୟକାରୀ ହୋଇସାରିଛି | ଯାହାଦ୍ୱାରା ଲୋକମାନେ କୋଡ଼ ସ୍କାନ କରି ଗଛର ବିଶେଷତ୍ୱ ବାବଦରେ ଜାଣିପାରୁଛନ୍ତି | ଏହାଦ୍ୱାରା ଲୋକଙ୍କର ଗଛ ପ୍ରତି ଦାୟିତ୍ୱବୋଧ ବଢ଼ିଥିବାର ଦେଖିବାକୁ ମିଳିଛି |