Sat. Mar 7th, 2026

ବଂଶବାଦ ରାଜନୀତି ହେଉଥିବାର ଅଭିଯୋଗକୁ ନେଇ ସଭାରେ କାନ୍ଦି ପକାଇଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବେଗୌଡ଼ା

553 Views

ବେଙ୍ଗାଲୁରୁ: ତାଙ୍କ ବିରୁଦ୍ଧରେ ବଂଶବାଦ ରାଜନୀତି ହେଉଥିବାର ଅଭିଯୋଗକୁ ନେଇ ଖୁବ୍‌ ପ୍ରତିକ୍ରିୟାଶୀଳ ହୋଇଥିଲେ ଜେ ଡି ଏସ୍‌ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବେଗୌଡ଼ା। ସେ ଗତକାଲି ଏକ କାର୍ଯ୍ୟକ୍ରମରେ ଯୋଗଦେଇ କାନ୍ଦି ପକାଇଥିଲେ। ଏହି ସଭାରେ କେବଳ ଦେବେଗୌଡ଼ା ନୁହଁନ୍ତି, ବରଂ ତାଙ୍କ ବଡ଼ ପୁଅ ଏଚ ଡି ରେବନ୍ନା ଓ ନାତି ପ୍ରଜ୍ୱଳା ରେବନ୍ନା ବି କାନ୍ଦି ପକାଇଥିଲେ। ଏଥର ଲୋକସଭା ନିର୍ବାଚନରେ ଜେ ଡି ଏସ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡ଼ା ଦୁଇ ନାତି ନିଖିଳ କୁମାରସ୍ୱାମୀ ଓ ପ୍ରଜ୍ୱଳଙ୍କୁ କ୍ରମଶଃ ମାଣ୍ଡ୍ୟା ଓ ହାସନ୍‌ ଆସନରୁ ଲୋକସଭାପାଇଁ ଟିକେଟ୍‌ ଦେଇଛି।

ଏଦୁହେଁ ଉପରୋକ୍ତ ଆସନରୁ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଛନ୍ତି। ଏଥିନେଇ ଦେବେଗୌଡାଙ୍କ ପରିବାର ଉପରେ ପୁଣି ବଂଶବାଦ ରାଜନୀତିର ଅପବାଦ ଆସିିଛି। ପ୍ରଜ୍ୱଳ ହେଉଛନ୍ତି ଦେବେଗୌଡ଼ଙ୍କ ବଡ଼ ପୁଅ ଓ ରାଜ୍ୟ ସରକାରରେ ଲୋକ ନିର୍ମାଣ ମନ୍ତ୍ରୀ ଏଚ୍‌ ଡି ରେବନ୍ନାଙ୍କ ପୁଅ। ସେ ହାସନ୍‌ ସିଟରୁ କଂଗ୍ରେସ-ଜେଡିଏସ୍‌ ମେଣ୍ଟର ପ୍ରାର୍ଥୀ। ଜେ ଡିଏସ ସୁପ୍ରିମୋ ଏଚ୍‌ ଡି ଦେବେଗୌଡ଼ ହାସନରେ ପ୍ରଜ୍ଜ୍ୱଳଙ୍କ ପାଇଁ ପ୍ରଚାର ଅଭିଯାନର ଶୁଭାରମ୍ଭ କରିବା ଅବସରରେ ଭାବ ବିହେ୍ଵାଳ ହୋଇ କହିଥିଲେ ‘ଏତେ ସବୁ ଅଭିଯୋଗ, ସବୁ ମିଡିଆରେ ହିଁ ଦେବେଗୌଡ଼ା, ରେବନ୍ନା, କୁମାରସ୍ୱାମୀ ଓ ତାଙ୍କ ପୁଅମାନଙ୍କ ସଂପର୍କରେ ଚର୍ଚ୍ଚା’। ଏହା କହି ଦେବେଗୌଡା କାନ୍ଦି ପକାଇଥିଲେ।

By amfnews

Related Post