Wed. Mar 11th, 2026

ଫ୍ଲୋର୍‌ ଟେଷ୍ଟ୍‌ ହେଲାନି, ରାତିସାରା ବିଧାନସଭାରେ ଶୋଇଲେ ବିଜେପି ବିଧାୟକ

170 Views

ବେଙ୍ଗାଲୁରୁ  : ଗତକାଲି ଆସ୍ଥା ଭୋଟ୍‌ ବା ଫ୍ଲୋର୍‌ ଟେଷ୍ଟ୍‌ ପାଇଁ କର୍ଣ୍ଣାଟକା ବିଧାନସଭାରେ ପ୍ରସ୍ତାବ ଆଗତ ହୋଇଥିଲା। କିନ୍ତୁ ଭୋଟିଂ ହୋଇ ନଥିଲା। ପ୍ରସ୍ତାବ ଆଗତ ହେବା ପରେ ବାଚସ୍ପତି ରମେଶ କୁମାର ଶୁକ୍ରବାର ଯାଏ ଗୃହକୁ ମୁଲତବି କରି ଦେଇଥିଲେ। ତେବେ ବିଜେପି ବିଧାୟକମାନେ ଏହାକୁ ବିରୋଧ କରିଥିଲେ। ବାଚସ୍ପତିଙ୍କ ଏହି ନିଷ୍ପତ୍ତି ପ୍ରତିବାଦରେ ସେମାନେ ଗତକାଲି ରାତିରେ ବିଧାନସଭାରେ ରହିଥିଲେ ଓ ଗୃହ ଭିତରେ ଚଟାଣରେ ଶୋଇଥିଲେ। ମହିଳା ବିଧାୟକ ମାନେ ରାତି ୯ଟାରେ ଘରକୁ ପଳାଇଥିଲେ।

ରାଜ୍ୟପାଳ ବଜୁଭାଇ ବାଲା ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀଙ୍କୁ ଆଜି ଅପରାହ୍ନ ୧ଟା ୩୦ ସୁଦ୍ଧା ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ସମୟ ଦେଇଛନ୍ତି।ସୂଚନାଯୋଗ୍ୟ, ରାଜ୍ୟରେ କଂଗ୍ରେସ-ଜେଡିଏସ ସରକାର ରହିଛି। ହେଲେ ଏହି ଦୁଇ ଦଳରୁ ମୋଟ ୧୬ ବିଧାୟକ ଇସ୍ତଫା ଦେଇସାରିଥିବା ବେଳେ ବାଚସ୍ପତି ଇସ୍ତଫା ଗ୍ରହଣ କରି ନାହାନ୍ତି। କିନ୍ତୁ ଏହି ବିଧାୟକ ମାନେ ଗୃହରେ ଅନୁପସ୍ଥିତ ରହୁଥିବାରୁ ମେଣ୍ଟ ସରକାରର ବିଧାୟକ ସଂଖ୍ୟା କମିଯାଇଛି। ବିରୋଧୀ ବିଜେପି ପାଖରେ ଅଧିକ ସଦସ୍ୟ ଥିବାରୁ ଫ୍ଲୋର ଟେଷ୍ଟ ବା ଆସ୍ଥା ଭୋଟ୍‌ରେ ସରକାର ଫେଲ୍ ହେବେ ବୋଲି କୁହାଯାଉଛି।

By amfnews

Related Post