Mon. Jun 9th, 2025

ଫ୍ଲାଟ୍‌ କିଣିବା ପରେ ବେଡ୍‌ବକ୍ସ୍‌ରେ ୬ ମାସ ତଳର ଶବ ଦେଖିଲେ ମାଲିକ

By amfnews Feb 4, 2019 #Featured
402 Views

ଭୋପାଳ: ରବିବାର ସନ୍ଧ୍ୟାରେ ବାଗ୍‌ସେଓ୍ଵାନିଆ ଅଞ୍ଚଳର ଏକ ଫ୍ଲାଟ୍‌ରେ ଥିବା ବେଡ୍‌ବକ୍ସ୍‍ରୁ ପୁଲିସ ଛଅ ମାସ ତଳର ଏକ ଗଳିତ ଶବ ଜବତ କରିଛି। ଗତବର୍ଷ ଜୁନ୍‌ ମାସରୁ ଫ୍ଲାଟ୍‌ଟି ବନ୍ଦ ଅବସ୍ଥାରେ ଥିଲା ଏବଂ ଏହାର ମାଲିକ ସେବେ ଠାରୁ ସେଠାରେ ରହୁ ନ ଥିଲେ।

ଶବଟି ମହିଳା କି ପୁରୁଷର ପୁଲିସ ନିଶ୍ଚିତ ହୋଇ ନାହିଁ। ବ୍ୟବଚ୍ଛେଦ ଏବଂ ଡିଏନ୍‌ଏ ପରୀକ୍ଷା ପରେ ସବୁ କଥା ଜଣାପଡ଼ିବ। ଆମେ ଫ୍ଲାଟ୍‌ ମାଲିକଙ୍କୁ ଖୋଜୁଛୁ। ଶବ କେମିତି ସେଠାରେ ରହିଲା କେବଳ ସେ ହିଁ କହିପାରିବେ। ଏହା ହତ୍ୟାକାଣ୍ଡ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଶବର କେଶ ଲମ୍ବା ଥିବାରୁ ତାହା ମହିଳାଙ୍କର ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି ବୋଲି ସାଉଥ୍‌ ଏସ୍‌ପି ସମ୍ପତ ଉପାଧ୍ୟାୟ କହିଛନ୍ତି।

ଶବଟି ସୂତାକପଡ଼ାର ଚାଦରରେ ଗୁଡ଼ାଯାଇ ଅନ୍ୟାନ୍ୟ ଲୁଗାପଟା ସହ ବେଡ୍‌ବକ୍ସ୍‍ ମଧ୍ୟରେ ଏକ ମ୍ୟାଟ୍ରେସ୍‌ ଉପରେ ରଖାଯାଇଥିଲା। ଶବଟି ସେଠାରେ ଛଅ ମାସ ହେବ ରହିଥିବା ଅନୁମାନ କରାଯାଉଥିଲେ ବି, ତାହା ନ ପଚି ‘ମମ୍ମି’ ପରି ହୋଇ ଯାଇଛି।

ହାତ ଓ ଗୋଡ଼କୁ ବାଦ ଦେଲେ ଶବର ଅନ୍ୟ ଅଂଶ ସବୁ ନଷ୍ଟ ହୋଇ ଯାଇଛି।

ଶ୍ରୀବାସ୍ତବଙ୍କ ଠାରୁ ଫ୍ଲାଟ୍‌ ଖରିଦ କରିଥିବା ରାମବୀର ସିଂହ ରାଜପୁତ ଜୁଲାଇ ମାସରେ ଫ୍ଲାଟ୍‌ ପ୍ରବେଶ ପାଇଁ ଚାବି ମାଗିଥିଲେ। କିନ୍ତୁ ଫ୍ଲାଟ୍‌ ଖାଲି କରିବାକୁ ସମୟ ଲାଗିବ କହି ଶ୍ରୀବାସ୍ତବ କଥା ଟାଳି ଦେଇଥିଲେ। ପରେ ଆଉ ତାଙ୍କ ସହ ଯୋଗାଯୋଗ ହୋଇ ନ ପାରିବାରୁ ସେ ଫ୍ଲାଟ୍‌କୁ ଯାଇ ଦେଖନ୍ତି ତାଲା ପଡ଼ିଛି। ରବିବାର ଦିନ ସେ ଏକ ନକଲି ଚାବି ଗଢ଼ାଇବା ପରେ ଫ୍ଲାଟ୍‌ ଖୋଲିଲେ। ଫ୍ଲାଟ୍‌ ସଫା କରିବାକୁ କିଛି ମଜୁରିଆ ଲଗାଇବା ପରେ ସେମାନେ ଶବ ଦେଖିଥିଲେ।

By amfnews

Related Post