Sun. Mar 8th, 2026

ଫ୍ରାନ୍ସରେ ଦ୍ରୁତ ଗତିରେ ବଢ଼ି ଚାଲିଛି କରୋନା ମୃତ୍ୟୁସଂଖ୍ୟା, ଗୋଟିଏ ଦିନରେ ୮୩୩ ମୃତ

138 Views

ପ୍ୟାରିସ  : ମହାମାରୀ କରୋନା ଭାଇରସ ୟୁରୋପୀୟ ଦେଶ ଫ୍ରାନ୍ସରେ କାୟା ବିସ୍ତାର କରି ଚାଲିଛି। ଏଠାରେ ପ୍ରତିଦିନ ହୁହୁ ହୋଇ ମୃତ୍ୟୁସଂଖ୍ୟା ବଢ଼ି ଛାଲିଛି। ଗତ ୨୪ ଘଣ୍ଟାରେ କରୋନା ଯୋଗୁ ଏଠାରେ ୮୩୩ ଜଣଙ୍କ ମୁଣ୍ଡ ଗଡ଼ିଛି। ବିଭିନ୍ନ ହସ୍ପିଟାଲ ଓ ନର୍ସିଂ ହୋମରେ ଚିକିତ୍ସିତ ହେଉଥିବା ଏହି ଲୋକମାନେ ପ୍ରାଣ ହରାଇବା ପରେ ଦେଶର ସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି।

ଫ୍ରାନ୍ସର ସ୍ୱାସ୍ଥ୍ୟମନ୍ତ୍ରୀ ଓଲିଭିୟର ଭେରାନ କହିଛନ୍ତି, “କରୋନାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୧୭ରୁ ଦେଶରେ ଲକଡାଉନ କରାଯାଇଥିଲା। ତଥାପି ପ୍ରତିଦିନ ଏଠାରେ ଶହଶହ ଲୋକଙ୍କ ଜୀବନ ଯାଉଛି। ୨୪ ଘଣ୍ଟାରେ ୮୩୩ ଜଣ ପ୍ରାଣ ହରାଇବା ପରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮,୯୧୧ରେ ପହଞ୍ଚି ଯାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୯୮,୦୧୦ ରହିଛି। ଏମାନଙ୍କ ମଧ୍ୟରୁ ୧୭,୨୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୫୧୭୧ଟି ନୂଆ କରୋନା ଜନିତ ମାମଲା ସାମ୍ନାକୁ ଆସିଛି। ଏପ୍ରିଲ ୪ରେ ଦେଶରେ ସର୍ବାଧିକ କରୋନା ଜନିତ ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା ସାମ୍ନାକୁ ଆସିଥିଲା। ୪ ତାରିଖରେ ୭, ୭୮୮ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ୧୦୫୩ ଜଣ ଲୋକ ପ୍ରାଣ ହରାଇଥିଲେ।”

By amfnews

Related Post