Sat. Dec 28th, 2024

ଫେସବୁକ ଆକାଉଣ୍ଟରେ ଫେକ ତଥ୍ୟ: ନକଲି ଆଇଏଏସ୍ ଅଫିସରଙ୍କ ଅସଲି ଚେହେରା ପଦାକୁ ଆସିଲା

By amfnews Jun 5, 2018 #Featured
226 Views

ବାରିପଦା : ଫେସବୁକ୍ ରେ ପ୍ରେମ ଏବଂ ପରେ ବିବାହ କରିବା ମହଙ୍ଗା ପଡିଛି ଜଣେ ଆଶାକର୍ମୀକୁ । ନିଜକୁ ଆଇଏଏସ୍ ଅଫିସର କହି ଜଣେ ଆଶାକର୍ମୀକୁ ଫସେଇ ବାହା ହୋଇଥିଲେ ଜଣେ ଜେଲ ଫେରନ୍ତା କଏଦୀ । ବିବାହାର ଠିକ ୧୫ ଦିନ ପରେ ନକଲି ଆଇଏଏସ୍ ଅଫିସରଙ୍କ ଅସଲି ଚେହେରା ପଦାକୁ ଆସିଛି ।

ଏହି ନକଲି ଆଇଏଏସ୍ ଅଫିସରଙ୍କ ବିରୁଦ୍ଧରେ ଠକେଇ ମାମଲା ଥିବାରୁ ଶ୍ୱଶୁର ଘରୁ ତାଙ୍କୁ ଗିରଫ କରିଛି ପୋଲିସ୍ । ଘଟଣାନୁସାରେ, ନିଜକୁ ଆଇଏଏସ୍ ଅଫିସର ଭାବେ ଦର୍ଶାଇ ଫେସବୁକରେ ଏକ ଆକାଉଣ୍ଟ ଖୋଲିଥିଲା ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ରଜତ ପଣ୍ଡା । ରଜତ ଅସଲି ଫେସବୁକରେ ନକଲି ଆକାଉଣ୍ଟ ଖୋଲିଥିଲା । ରଜତର ପ୍ରେମ ଜାଲରେ ପଡିଯାଇଥିଲେ ଜଣେ ଆଶାକର୍ମୀ । ସେ ମାଲକାନ ଗିରି ଉପଜିଲ୍ଲାପାଳ କହିବା ସହ ତା’ ନାମ ଲିଙ୍କରାଜ ପଣ୍ଡା ବୋଲି ଫେସ୍ ବୁକ ଆକାଉଣ୍ଟରେ ତଥ୍ୟ ରଖିଥିଲା । ଏଥିରେ ଫିଦା ହୋଇ ରଜତକୁ ଜଣେ ଆଶାକର୍ମୀ ୧୫ ଦିନ ତଳେ ବିବାହ କରିଥିଲେ ।
ଲୋକମାନଙ୍କୁ ଚାକିରି କରାଇ ଦେବାକୁ କହି ଅସଲି ରଜତ ଅନେକ ଅର୍ଥ ପଡପ କରିଥିଲା । ଏନେଇ ତ’ା ନାମରେ ଅନେକ ଥାନାରେ ବହୁ ମାମଲା ରୁଜୁ ହୋଇଥିଲା । ପୋଲିସ୍ ମାମଲାର ତଦନ୍ତ କରି ଶ୍ୱଶୁର ଘରେ ଥିବା ରଜତକୁ ଗିରଫ କରିଛି । ଗିରଫ ପରେ ରଜତ ନାମରେ ଅନେକ ଠକେଇ ମାମଲା ଥିବା ଏକ ଲମ୍ବା ତାଲିକା ପୋଲିସ୍ ଦେଖାଛନ୍ତି ।
ସିଶୋର ଗ୍ରୁପ ଠକେଇ ରେ ରଜତ ଦୋଷୀ ସାବ୍ୟସ୍ତ ହୋଇ ୨୦୧୪ରେ ଝାରପଡା ଜେଲରେ ୧.୫ ବର୍ଷ ପାଇଁ କଏଦୀ ଭାବେ ଜେଲ ଦଣ୍ଡ ଭୋଗିଛି । ଏହାସହ ବିଭିନ୍ନ ଥାନାରେ ରଜତ ନାମରେ ଅନେକ ଠକେଇ ମାମଲା ରହିଛି । ଗତକାଲି ରାତିରେ ରଜତକୁ ପୋଲିସ୍ ମୟୂରଭଞ୍ଜ ଉଦଳାର ଦାମୋଦର ପୁର ଗ୍ରାମରୁ ତାଙ୍କ ଶ୍ୱଶୁର ଘରୁ ଗିରଫ କରିଛି ।

By amfnews

Related Post