Tue. Dec 24th, 2024

ଫେବୃଆରୀ ମାସ ପାଇଁ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର

By amfnews Jan 30, 2021 #Featured
132 Views

ଭୁବନେଶ୍ୱର, ଜାନୁଆରୀ 30 : କରୋନା କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଫେବୃଆରୀ ମାସ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ତେବେ ଫେବୃଆରୀ ମାସରେ ପୂର୍ବ ଗାଇଡଲାଇନ୍‌ରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ସିନେମା ହଲ ଓ ଥ୍ରୀଏଟର ଖୋଲିବାକୁ ପୂର୍ଣ୍ଣ ଅନୁମତି ମିଳିଛି ।

ଏହାସହ ଫେବୃଆରୀ ପହିଲାରୁ ରାଜ୍ୟର ସମସ୍ତ ଅଙ୍ଗନଓ୍ୱାଡି କେନ୍ଦ୍ର ଖୋଲିବାକୁ ଅନୁମତି ମିଳିଛି । ପୂର୍ବରୁ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ୨୦୦ ଲୋକଙ୍କୁ ଅନୁମତି ଥିବା ବେଳେ ଏହି ସଂଖ୍ୟା ୫୦୦କୁ ବୃଦ୍ଧି କରାଯାଇଛି ।

By amfnews

Related Post