153 Views
କଟକ, ଅଗଷ୍ଟ ୨୭ : ପ୍ରବଳ ବର୍ଷା କାରଣରୁ ମହାନଦୀରେ ବୃଦ୍ଧି ପାଇଛି ଜଳସ୍ତର । ଫଳରେ ମାଆ ଭଟ୍ଟାରିକାଙ୍କ ପୀଠରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି । ଭଟ୍ଟାରୀକା ମନ୍ଦିର ଗର୍ଭଗୃହରେ ପାଣି ପଶିଛି । ମନ୍ଦିର ପରିସରରେ ୬ଫୁଟ ଉପରେ ପାଣି ଚାଲିଛି । ଏଥିପାଇଁ ମାଆଙ୍କ ଚଳନ୍ତି ପ୍ରତିମାକୁ ପାହାଡ ଉପରକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଥାଉକି, ଗତକାଲି ଭଦ୍ରକ ଜିଲ୍ଲାର ସର୍ବ ପୁରାତନ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହରେ ମଧ୍ୟ ବର୍ଷା ପାଣି ପଶିଥିଲା । ବୈତରଣୀ ନଦୀ ଫୁଲୁ ଥିବାରୁ ବର୍ଷା ପାଣି ମନ୍ଦିର ଗର୍ଭଗୃହରେ ପ୍ରବେଶ କରିଥିଲା । ବର୍ଷା ପାଣିରେ ବାବା ଆଖଣ୍ଡଳମଣିଙ୍କ ବିଗ୍ରହ ବୁଡି ରହିଥିବା ଦେଖିବାକୁ ମିଳିଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ପମ୍ପ ଯୋଗେ ପାଣି ନିଷ୍କାସନ କରାଯାଇଥିଲା ।