Tue. Nov 26th, 2024

ଫିଲ୍ମ ‘କୁଲି ନଂ-୧’ ରେ ଶୁଣିବାକୁ ପାଇବେ ଗୋବିନ୍ଦାଙ୍କ ଏହି ସୁପର ହିଟ୍ ଗୀତର ରିମେକ୍

By amfnews Jul 10, 2019 #Featured
108 Views

ବଲିଉଡ଼ରେ ଖୁବ୍ ଶିଘ୍ର ଦର୍ଶକମାନେ ବହୁ ଚର୍ଚ୍ଚିତ ଅଭିନେତା ବରଣୁ ଧାୱନ ଏବଂ ଶାରା ଅଲ୍ଲୀ ଖାନ୍ ଙ୍କୁ ଏକା ସହ ଦେଖିବାକୁ ପାଇବେ । ଏହି ଦୁଇ ଯୋଡ଼ି ଫିଲ୍ମ ‘କୁଲି ନଂ-୧’ର ରିମେକରେ ନଜର ଆସିବେ । ଆସନ୍ତ ଅଗଷ୍ଟ ମାସରେ ବ୍ୟଙ୍କଙ୍କ୍ ଠାରେ ସୁଟିଙ୍ଗ୍ ଅରମ୍ଭ ହେବାକୁ ଯାଉଛି । ସୁଚନା ଅନୁସାରେ ଏହି ଫିଲ୍ମରେ ‘ମୁଲ’ ଫିଲ୍ମର ଏକ ଗୀତ ‘ମେଁ ତୋ ରାସ୍ତେ ସେ ଯା ରାହା ଥା’ ରି କ୍ରିଏଟ୍ କରାଯିବ । ଏହାର ନୂଆ ଭର୍ଜନକୁ ତନିଷ୍କ ବାଗଚି କମ୍ପୋଜ କରିବେ ।
ଏହି ବାବଦରେ ନିର୍ଦ୍ଧେଶକ ଡ଼େବିଡ଼୍ ଧାୱନ କହିଛନ୍ତି, ଆମ ପାଇଁ ଏହି ଗୀତ ବହୁତ ମୂଲ୍ୟବାନ । ସମୟ ବଦଳିବା ସହ ଦର୍ଶକମାନଙ୍କ ଚିନ୍ତାଧାରା ମଧ୍ୟ ବଦଳିବାରେ ଲାଗିଛି । ତେଣୁ ଆମେ ଏହି ଗୀତକୁ ସଂପୁର୍ଣ୍ଣ ଭାବେ ଅଲଗା ଫିକ୍ଚରାଇଜ୍ କରିବୁ । ଫିଲ୍ମ ର ସଫଳତା ପଛରେ ଗୀତର ସବୁଠାରୁ ବଡ଼ ଭୂମିକା ରହିବ ।

By amfnews

Related Post