Mon. Apr 7th, 2025

ଫାର୍ମରୁ ୫ ଛେଳି ଚେ‌ାରେଇନେଲେ

By amfnews Feb 11, 2019 #Featured
357 Views

ଖଣ୍ଡଗିରି: ଗତ ଦୁଇ ଦିନ ତଳେ ଯାଁଳାରେ ଘଟିଥିବା ଦୁଇ ଦୁଇଟି ଚୋରି ଲୋକଙ୍କ ମନରୁ ନ ଲିଭୁଣୁ ଗତ ରାତିରେ ପୁଣି ଘଟିଛି ଆଉ ଏକ ଚୋରି। ଦୁର୍ବୃତ୍ତମାନେ ଏକ ଛେଳି ଫାର୍ମରୁ ୫ଟି ଛେଳି ନେଇଯାଇଛନ୍ତି। ଫାର୍ମ ମାଲିକ ପୁଲିସକୁ କହିଲେ ପରିଣତି ଭୟଙ୍କର ହେବ ବୋଲି ଦୁର୍ବୃତ୍ତମାନେ ଜଗୁଆଳିକୁ ଧମକ ଦେଇଛନ୍ତି। ଘଟଣାଟି ଯାଁଳାରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁସାରେ ମୁଣ୍ଡମୁହାଁଣ ଗାଁର ସନ୍ତୋଷ ପ୍ରଧାନ ଓଗାଳପଡ଼ା ଟାଙ୍ଗୀ ବସ୍ତିରେ ଏକ ଛେଳି ଫାର୍ମ କରିଛନ୍ତି। ନୂଆ କରି ହୋଇଥିବା ଏହି ଫାର୍ମରେ ପ୍ରାୟ ୫୦ଟି ଛେଳି ଅଛନ୍ତି। ଜଣେ ଜଗୁଆଳି ଏଠାରେ ରହି ଉଭୟ ଫାର୍ମ ଓ ଛେଳିଙ୍କର ଦେଖାଶୁଣା କରୁଛି। ଗତ ରାତି ପ୍ରାୟ ୨ଟାବେଳେ ଫାର୍ମ ଭିତରେ ଛେଳିମାନଙ୍କ ଚିତ୍କାର ଶୁଣି ଜଗୁଆଳି ତାଙ୍କ ଶୋଇବା ଘରୁ ବାହାରକୁ ଆସିଥିଲେ। ତେବେ‌ ସେତ‌େବେଳକୁ ଦୁର୍ବୃତ୍ତମାନେ ଛେଳିମାନଙ୍କୁ ଧରି ମୁଖ୍ୟ ଫାଟକ ବାହାରକୁ ଚାଲି ଯାଇଥିଲେ। ଜଗୁଆଳି ପାଟି କରି ଫାଟକ ଆଡ଼କୁ ଆସୁଥିବା ଦେଖି ଜଣେ ଦୁର୍ବୃତ୍ତ ତାଙ୍କୁ ଧମକ ଦେଇ ପିଛା ନ କରିବାକୁ କହିଥିଲା। ପିଛା କଲେ ହଣା ଖାଇବ ବୋଲି କହିଥିଲା। ସରସ୍ବତୀ ପୂଜା ଭୋଜି ପାଇଁ ଛେଳି ଦରକାର ବୋଲି ଛେଳି ନେଲୁ ଓ ମାଲିକ ପୁଲିସ ପାଖକୁ ଗଲେ ଫାର୍ମ ଲଣ୍ଡା କରିଦିଆଯିବ ବୋଲି ଚେତାବନୀ ଦେଇଥିଲା। ଭୟରେ ଜଗୁଆଳି ଶୋଇବା ଘର ଭିତରକୁ ପଳାଇ ମାଲିକ ସନ୍ତୋଷଙ୍କୁ ଫୋନ୍‌ କରି ଡକାଇଥିଲା। କିନ୍ତୁ ସନ୍ତୋଷ ଫାର୍ମରେ ପହଞ୍ଚିବାବେଳକୁ ଦୁର୍ବୃତ୍ତମାନେ ଫେରାର୍ ହୋଇ ଯାଇଥିଲେ।

By amfnews

Related Post