Wed. Mar 11th, 2026

ଫାରୁକ ଅବଦୁଲ୍ଲାଙ୍କ ଭଉଣୀ ଓ ଝିଅଙ୍କୁ ମିଳିଲା ଜାମିନ

172 Views

ନୂଆଦିଲ୍ଲୀ: ନେସନାଲ କନଫରେନସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ଭଉଣୀ ଓ ଝିଅ ଜାମିନରେ ମୁକୁଳିଥିବା ଜଣାଯାଇଛି । ସେ ଦୁହେଁ ଗତ ମଙ୍ଗଳବାର ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ବିକ୍ଷୋଭ କରିଥିଲେ। ଏହାପରେ ସେମାନଙ୍କ ସମେତ ୧୧ ଜଣ ମହିଳାଙ୍କୁଗିରଫ କରାଯାଇଥିଲା। ଭଉଣୀ ସୁରୈୟା ଏବଂ ଝିଅ ସାଫିୟାଙ୍କ ସହିତ ୧୧ ଜଣ ମହିଳାଙ୍କୁ ଜାମିନ ପ୍ରଦାନ କରାଯାଇଛି ।

ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉଭୟଙ୍କୁ ୧୦,୦୦୦ ଓ ୪୦,୦୦୦ ଟଙ୍କା ବ୍ୟକ୍ତିଗତ ମୂଚାଲିକାରେ ଜାମିନ ମିଳିଛି । ଶ୍ରୀନଗର ସେଣ୍ଟ୍ରାଲ ଜେଲ୍‌ରେ ଥିବା ସମସ୍ତ ମହିଳାଙ୍କୁ ମାଜିଷ୍ଟ୍ରେଟ୍ କୋର୍ଟ ଜାମିନ୍ ଦେଇଛନ୍ତି ।

जमानत पर रिहा की गईं फारूक अब्दुल्ला की बहन व बेटी समेत अन्य महिला प्रदर्शनकारी

ଏଠାରେ ସୂଚନାଯୋଗ୍ୟ, ସିଭିଲ୍‌ ସୋସିଇଟିର ମହିଳାମାନେ ଗତ ମଙ୍ଗଳବାର ସକାଳେ ଲାଲ୍‌ ଚୌକର ପ୍ରତାପ ପାର୍କ ନିକଟରେ ଧାରା ୩୭୦ ଉଚ୍ଛେଦ ହଟାଯିବା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଜମ୍ମୁ ଓ କଶ୍ମୀରକୁ ବିଭାଜିତ କରି ଦୁଇ କେନ୍ଦ୍ର ଶାସିତ ଅଂଚଳରେ ବିଭକ୍ତ କରିବାକୁ ବି ସେମାନେ ବିରୋଧ କରୁଥିଲେ ।

By amfnews

Related Post