Fri. Jan 17th, 2025

ପ୍ରୋଭିଡେଣ୍ଟ ଫଣ୍ଡର ଅତିରିକ୍ତ ସୁଧ ହ୍ରାସକୁ ବୃଦ୍ଧି କରିବା ଏବଂ ୨୦୧୭-୧୮ ଆର୍ôଥକ ବର୍ଷର ପ୍ରୋଭିଡେଣ୍ଟ ଫଣ୍ଡ ଋଣ ପାଇଁ କଟାଯାଇଥିବା ଅଧିକ ରାଶି ଫେରାଇବାକୁ ଆର୍ଏସ୍ଏସ୍ର ଦାବି

By amfnews Sep 21, 2018 #Featured
165 Views

ରାଉରକେଲା, ୨୦ା୯ : ଆର୍ଏସ୍ପିର ଶ୍ରମିକ କର୍ମଚାରୀଙ୍କ ପାଇଁ ୨୦୧୭-୧୮ ଆର୍ôଥକ ବର୍ଷରେ ପ୍ରୋଭିଡେଣ୍ଟ ଫଣ୍ଡ (ସିପିଏଫ୍) ଓ ଭିପିଏଫ୍ ଉପରେ ଅତିରିକ୍ତ ସୁଧ ହାର ୦.୩%କୁ ହ୍ରାସ ହୋଇଥିବାରୁ ଏହାରୁ ରାଉରକେଲା ଶ୍ରମିକ ସଂଘ ପକ୍ଷରୁ ଦୃଢ ବିରୋଧ କରାଯାଇଛି । ରାଉରକେଲା ଶ୍ରମିକ ସଂଘ ଆର୍ଏସ୍ପିରେ ୧୯୯୫ ମସିହାରେ ସ୍ୱୀକୃତିପ୍ରାପ୍ତ ୟୁନିୟନ ହେବା ପରେ ୧୯୯୬ ମସିହା ପରଠାରୁ ପ୍ରତ୍ୟେକ ଆର୍ôଥକ ବର୍ଷରେ ଶ୍ରମିକ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟରେ ଜମା ହେଉଥିବା ନିଜର କଣ୍ଟ୍ରିବ୍ୟୁସନ + କମ୍ପାନୀ କଣ୍ଟ୍ରିବ୍ୟୁସନ + ଭିପିଏଫ୍ ଉପରେ ପିଏଫ୍ ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟିମାନଙ୍କ ଦ୍ୱାରା ଅଡିଟ୍ କରାଇ ହେଉଥିବା ଲାଭାଂଶର ୧% ଅତିରିକ୍ତ ସୁଧ କର୍ମଚାରୀମାନଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା କରିଥିଲେ ।

ଏହି ବ୍ୟବସ୍ଥାର ସୁଫଳ ଅନୁଯାୟୀ ଆର୍ଏସ୍ପିର ଶ୍ରମିକ କର୍ମଚାରୀମାନେ ୧%ରୁ ୧.୨୫% ପର୍ଯ୍ୟନ୍ତ ଅତିରିକ୍ତ ସୁଧ ପାଇ ଆର୍ôଥକ ଲାଭ ହାସଲ କରୁଥିଲେ । କିନ୍ତୁ ବିଏମ୍ଏସ୍ ୟୁନିୟନ (ଆର୍ଆଇକେକେଏସ୍) ୟୁନିୟନ ଆର୍ଏସ୍ପିରେ ୨୦୧୪ ମସିହାରେ ସ୍ୱୀକୃତିପ୍ରାପ୍ତ ୟୁନିୟନ ହେବା ପରେ ଶ୍ରମିକ କର୍ମଚାରୀମାନଙ୍କର ଏହି ଅତିରିକ୍ତ ସୁଧ ହାରକୁ ପ୍ରଥମେ ୧/୨% ପରେ ୦.୨୫% ଓ ବର୍ତ୍ତମାନ ୦.୩%କୁ କମାଇ କର୍ମଚାରୀମାନଙ୍କୁ କ୍ରମାଗତ ଭାବରେ ଆର୍ôଥକ କ୍ଷତି ପହଞ୍ଚାଇଛି ।

ଅନଭିଜ୍ଞ, ଅପରିପକ୍ୱ ଓ ସ୍ୱାର୍ଥନ୍ୱେଷୀ ଆର୍ଆଇକେକେଏସ୍ର ଟ୍ରଷ୍ଟରେ ଥିବା ସଦସ୍ୟମାନଙ୍କର ଏଭଳି ନିଷ୍ପତ୍ତିକୁ ରାଉରକେଲା ଶ୍ରମିକ ସଂଘ ପକ୍ଷରୁ ଦୃଢ ନିନ୍ଦା କରାଯିବା ସହ ଏହାକୁ ବର୍ଦ୍ଧିତ କରିବା ପାଇଁ ରାଉରକେଲା ଶ୍ରମିକ ସଂଘ ସଭାନେତ୍ରୀ ଡିଏସ୍ ପାଣିକର ଓ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଦୃଢ ଦାବି କରିଛନ୍ତି । ଏତଦ୍ବ୍ୟତୀତ ୧.୪.୨୦୧୭ରୁ ୩୧.୩.୨୦୧୮ ଭିତରେ ଆର୍ଏସ୍ପିର ଶ୍ରମିକ କର୍ମଚାରୀମାନଙ୍କ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ୍)ର ଋଣ ବାର୍ଷିକ ୯.୬୫% ହାରରେ ରିକଭରି ହୋଇଥିଲା । କିନ୍ତୁ ପରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ଓ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପିଏଫ୍ ଉପରେ ବାର୍ଷିକ ୮.୫୫% ସୁଧ ସମସ୍ତଙ୍କୁ ପ୍ରଦାନ କରାଗଲା ।

ପ୍ରୋଭିଡେଣ୍ଟ ଫଣ୍ଡର ନିୟମ ଅନୁଯାୟୀ ପିଏଫ୍ର ଋଣ ଉପରେ ସର୍ବାଧିକ ୧% ସୁଧ ନିଆଯିବା ଉଚିତ୍ । ଏଣୁ ପିଏଫ୍ ଋଣ ଉପରେ ବାର୍ଷିକ ୯.୫୫%, ଆର୍ଏସ୍ପି ରିକଭରି କରିବା ଉଚିତ୍ ଥିଲା । କିନ୍ତୁ ଆର୍ଏସ୍ପି ଶ୍ରମିକ କର୍ମଚାରୀମାନଙ୍କ ଠାରୁ ୯.୬୫% ହିସାବରେ ଋଣ ରିକଭରି କରିଥିଲା । ଏଣୁ ଶ୍ରମିକ କର୍ମଚାରୀମାନଙ୍କ ଠାରୁ ଯେଉଁ ଅଧିକ ୦.୧% କଟାଯାଇଛି ତାକୁ ତୁରନ୍ତ ଫେରାଇବାକୁ ରାଉରକେଲା ଶ୍ରମିକ ସଂଘ ପକ୍ଷରୁ ଦୃଢ ଦାବି କରାଯାଇଛି ।

By amfnews

Related Post