Tue. Nov 26th, 2024

ପ୍ରେରଣା ସାଜିଲେ କରୋନା ସଂକ୍ରମିତ ଯୁବକ, MKCG କୋଭିଡ ହସ୍ପିଟାଲରେ କରୁଛନ୍ତି CA ପ୍ରସ୍ତୁତି

By amfnews Apr 29, 2021 #Featured
171 Views

ଭୁବନେଶ୍ୱର, ଏପ୍ରିଲ 29 : କୁହାଯାଏ ନିଜ ଇଚ୍ଛା ଶକ୍ତି ଥିଲେ ଆଗକୁ ବଢିବା ପାଇଁ କୌଣସି ବିପଦ ବାଧା ଦେଲେ ବି ଉପାୟ ଆପେ ମିଳିଯାଏ । ବ୍ରହ୍ମପୁର କୋଭିଡ ହସ୍ପିଟାଲ ଭିତରେ ଚାଟାଡ଼ ଆକାଉଣ୍ଟ ହେବାର ପ୍ରସ୍ତୁତି କରୁଛନ୍ତି ଜଣେ ଯୁବକ । ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବା ପରେ ତାଙ୍କୁ ଅନେକ ପ୍ରଶଂସା କରାଯାଉଛି ।

କରୋନା ଭାଇରସ ଏବେ ସାରା ବିଶ୍ୱକୁ କବଳିତ କରିଛି । କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ମାତ୍ରା ବଢି ଚାଲିଛି । ପାଠପଢା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।  ଆମେ ବହୁ ସମୟ ରେ କୋଭିଡକୁ ନେଇ ଚିନ୍ତିତ ରହୁଛୁ । କିନ୍ତୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପରିଦର୍ଶନ ବେଳେ ବ୍ରହ୍ମପୁର ଏମକେସିଜି କୋଭିଡ ହସ୍ପିଟାଲ ଭିତରେ ଏମିତି ଜଣେ ଯୁବକଙ୍କୁ ଦେଖିବାକୁ ପାଇଲେ ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।

କୋଭିଡ ସଂକ୍ରମିତ ଚିକିତ୍ସା ଅବସ୍ଥାରେ ଥାଇ ମଧ୍ୟ ଚାଟାଡ଼ ଆକାଉଣ୍ଟଟାଣ୍ଟ ପାଇଁ ପ୍ରସ୍ତୁତ କରୁଛନ୍ତି । ବେଡ ଉପରେ ବସି ମାସ୍କ ଲଗାଇ ବହି ଖାତା ଧରି ପାଠ ପଢୁଛନ୍ତି । ଯୁବକ ନିଜର ଲକ୍ଷ ପାଇଁ ପାଠ ପଢୁଛନ୍ତି । ଏହାକୁ ନିଜ ଟୁଇଟରେ ଜିଲ୍ଲାପାଳ ସେୟାର କରି ଯୁବକ ଜଣକୁ ପ୍ରଶଂସା କରିଥିଲେ । ଯୁବକ ଜଣଙ୍କ ହେଉଛନ୍ତି ଅଭିଜିତ ବାରିକ । ଅଭିଜିତ କେନ୍ଦ୍ରାପଡା ଜିଲ୍ଲାର । ସେ ଆନ୍ଧ୍ରପ୍ରଦେଶର ଗୁଣ୍ଠୁରରେ ରହି ପାଠ ପଢୁଥିଲେ ।

ସେଠାରେ କୋଭିଡ ସଂଖ୍ୟା ଅଧିକ ହେବାରୁ ବ୍ରହ୍ମପୁର ସାଙ୍ଗ ନିକଟକୁ ଆସି ମିଶିକି ପଢିବାକୁ ଚେଷ୍ଟା କଲେ । ପରେ ବ୍ରହ୍ମପୁରରେ କୋଭିଡ ସଂକ୍ରମିତ ହୋଇ ଏମକେସିଜି କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କୋଭିଡ ସଂକ୍ରମିତ ଥାଇ ମଧ୍ୟ ସେ ହାର ମାନିନାହାନ୍ତି । ତାଙ୍କର ପାଠପଢା ପ୍ରସ୍ତୁତି କାର୍ଯ୍ୟ ଜାରି ରଖିଛନ୍ତି ।

By amfnews

Related Post