202 Views
ଭୁବନେଶ୍ୱର, ନଭେମ୍ବର ୨୮: ପ୍ରେମ୍ ଆନନ୍ଦ ସ୍ୱର କଲେ ଏବଂ ଗୀତ ଗାଇଲେ ଓଲିଉଡ୍ ସେନସେସନ ବାବୁସାନ । ଏବେ ଏଇ କଥାକୁ ନେଇ ଓଲିଉଡ୍ରେ ଚର୍ଚ୍ଚା। ସୁବ୍ରତ ସ୍ୱାଇଁଙ୍କ ଲିଖିତ ‘ ମୁସ୍କିଲ ହେ ଜିନା, ତେରେ ବିନା’ ଗୀତଟିକୁ ଆଜି କଟକର ମିଲନ ଷ୍ଟୁଡିଅରେ ଗାଇଛନ୍ତି ବାବୁସାନ । ଏଥିରେ ଅନ୍ୟତମ ଗାୟିକା ଭାବେ ଦିପ୍ତୀରେଖା ପାଢ଼ୀ ଥିବା ବେଳେ ଆସନ୍ତା ଜାନୁଆରୀ ମାସରେ ଏହି ସିନେମା ରିଲିଜ୍ ହେବ । ତେବେ ଏହି ସିନେମାର ନାମ ରହିଛି ‘ ଅଜବ ସଞ୍ଜୁର ଗଜବ ଲଭ୍’ ।
ପୂର୍ବରୁ ଅଭିଜିତ୍ ମଜୁମ୍ଦାର, ଅନୁଭବ ମହାନ୍ତି, ସବ୍ୟସାଚୀ ମିଶ୍ରଙ୍କ ପ୍ରେମ୍ ଆନନ୍ଦଙ୍କ ସଂଗୀତ ନିର୍ଦ୍ଦେଶନାରେ ଗୀତ ଗାଇଥିବା ବେଳେ ଆଜି ବାବୁସାନ ଗାଇଛନ୍ତି ଗୀତ । ଏ ସଂପର୍କରେ ପ୍ରେମ୍ ଆନନ୍ଦ କହିଛନ୍ତି, ସୁବ୍ରତ ସ୍ୱାଇଁଙ୍କ ଲିଖିତ ‘ ମୁସ୍କିଲ ହେ ଜିନା, ତେରେ ବିନା’ ଗୀତଟି ଯେତିକି ଚମତ୍କାର ହୋଇଛି, ବାବୁସାନ ବି ତାକୁ ଅତ୍ୟନ୍ତ ଚମତ୍କାର ଢ଼ଙ୍ଗରେ ଗାଇଛନ୍ତି। ଯାହା ସ୍ରୋତାଙ୍କୁ ଭଲ ଲାଗିବ ବୋଲି ସେ କହିଛନ୍ତି ।