Tue. Jan 14th, 2025

ପ୍ରେମିକାକୁ ଖୋଜିବାକୁ ଯାଇ ପାକିସ୍ତାନରେ ୬ ବର୍ଷ କାରାଦଣ୍ଡ ଭୋଗିବା ପରେ ଭାରତ ଫେରୁଛନ୍ତି ପ୍ରେମିକ

By amfnews Dec 18, 2018 #Featured
138 Views

ନୂଆଦିଲ୍ଲୀ , ଡିସେମ୍ବର ୧୮ : ପ୍ରେମିକାକୁ ଖୋଜିବାକୁ ଯାଇ ପାକିସ୍ତାନରେ ପହଂଚି କାରଦଣ୍ଡରେ ଭୋଗୁଥିବା ହମିଦ ନିହାଲ ଅଂସାରୀ ଗତ ଶନିବାର ଜେଲରୁ ମୁକୁଳି ଥିଲେ । ଆଜି ସେ ଭାରତ ଫେରୁଛନ୍ତି । ନଭେମ୍ବର ୧୨ ରେ ପାକିସ୍ତାନର କେହାଟରୁ ଅଂସାରୀଙ୍କୁ ଗିରଫ କରାଯାଇଥିଲା । ୨୦୧୨ରେ ସେ ଏକ ଝିଅ ସହ ଅନଲାଇନ ବନ୍ଧୁତ୍ୱ ସ୍ଥାପନା କରି ଅବୈଧ ଭାବେ ଦେଖା କରିବାକୁ ପାକିସ୍ତାନରେ ପହଂଚିଥିଲେ । ଆଫଗାନୀସ୍ଥାନରୁ ପାକିସ୍ତାନ ମଧ୍ୟକୁ ଅବୈଧ ଭାବେ ପ୍ରବେଶ କରିଥିବା କାରଣରୁ ତାଙ୍କୁ ଭାରତୀୟ ଜାସୁସ ଭାବି ଗିରଫ କରା ଯାଇଥିଲା ।

ଏହା ପରେ ପାକିସ୍ତାନ ସରକାର ଅଂସାରୀକୁ ୩ ବର୍ଷ ପେସାୱର ସେଂଟ୍ରାଲ ଜେଲରେ ବନ୍ଦୀ କରି ରଖିଥିଲେ । ସେହି ସମୟରେ ଅଂସାରୀଙ୍କ ପିତା-ମାତା ଦୀର୍ଘ ସମୟ ଧରି ପୁଅର ଫେରିବା ବାଟକୁ ଚାହିଁବସି ଥିଲେ । ଅଂସାରୀଙ୍କ ପାଖରେ ମ୍ୟାନେଜମେଂଟର ଡିଗ୍ରୀ ଥିଲା । ପାକିସ୍ତାନ ଯିବା କିଛି ଦିନ ପୂର୍ବରୁ ହିଁ ସେ ମୁମ୍ବାଇର ଏକ କଲେଜରେ ଅଧ୍ୟାପକ ଚାକିରୀ ପାଇଁ ନିଯୁକ୍ତ ହୋଇଥିଲେ । ଅଂସାରୀଙ୍କ ପିତା ବ୍ୟାଙ୍କରେ କାର‌୍ୟ୍ୟରତ ଥିବା ବେଳେ ମାଆ ମୁମ୍ବାଇ କଲେଜରେ ଭାଇସ ପ୍ରିନସିପାଲ ଅଛନ୍ତି ।

ସୂଚନାନୁଯାୟୀ, କୋହାଟର ଏକ ଝିଅ ସହ ଅଂସାରୀଙ୍କର ଅନଲାଇନରେ ବନ୍ଧୁତ୍ୱ ହେଇଥିଲା । ପରେ ବହୁତଥର ଭିଜା ପାଇଁ ସେ ଆବେଦନ କରିଥିଲେ ମଧ୍ୟ ଭିଜା ମିଳି ନଥିଲା । ତା’ପରେ ସେ କୋହାଟର ସ୍ଥାନୀୟ ଲୋକଙ୍କ ସହ ସଂମ୍ପର୍କ ସ୍ଥାପନ କରି ଅଂସାରୀ ପାକିସ୍ତାନରେ ପହଂଚିଥିଲେ । ଅବୈଧ ଭାବେ ପ୍ରବେଶ କାରଣରୁ ତାଙ୍କୁ ଗିରଫ କରାଯାଇଥିଲା । ଅଂସାରୀଙ୍କ ଉପରେ ଫର୍ଜି ପାକିସ୍ତାନ ଆଇଡି କାର୍ଡ ରଖିବା ଅଭିଯୋଗ ମଧ୍ୟ ଲଗାଗଲା । ୨୦୧୫ ଡିସେମ୍ବର ୧୫ରେ ତାଙ୍କୁ ୩ ବର୍ଷର କାରାଦଣ୍ଡ ଶୁଣାଗଲା ।

ତେବେ ନିକଟରେ ପାକିସ୍ତାନ କୋର୍ଟ ଏହି ମାମଲାରେ ସରକାରଙ୍କୁ ଆଦେଶ ଦେଇଛନ୍ତି କି, ଭାରତୀୟ କଏଦୀଙ୍କର କାରାଦଣ୍ଡ ସମୟ ପୂରଣ ହେବା ମାତ୍ରେ ତାଙ୍କୁ ଭାରତ ପଠାଯାଉ । ଏତଦ୍ ବ୍ୟତୀତ ତାଙ୍କର ଏକ ମାସ ମଧ୍ୟରେ କାଗଜପତ୍ର କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ୧୫ରେ ଅଂସାରୀଙ୍କ କାରାଦଣ୍ଡ ସମ୍ପୂର୍ଣ୍ଣ ହେବାପରେ ତାଙ୍କ ଓକିଲ ଡିସେମ୍ବର ୧୬ରେ ଜେଲରୁ ମୁକ୍ତି ପାଇଁ ଅପିଲ କରିଥିଲେ । ଓକିଲ ପେସାୱାର ହାଇକୋର୍ଟରେ ଅଭିଯୋଗ ଆଣିଥିଲେ ଯେ, ସରକାର ଅଂସାରୀଙ୍କ ଜେଲରୁ ମୁକ୍ତି ପାଇଁ କୌଣସି ପଦପକ୍ଷ ନେଇ ନାହାଁନ୍ତି ।

ଜଷ୍ଟିସ ରୁହଲ ଅମିନ ଓ ଜଷ୍ଟିସ କଲନ୍ଦର ଅଲି ଖାନ୍ ଏହି ମାମଲାର ଶୁଣାଣି କରିଥିଲେ । ଏହା ପରେ ଅର୍ଟନୀ ଜେନେରାଲ ହାଇକେର୍ଟକୁ ସୂଚନା ଦେଇଥିଲେ ଯେ, କଏଦୀକୁ ମୁକ୍ତି କରିବା ପାଇଁ ଏପର‌୍ୟ୍ୟନ୍ତ କୌଣସି କାଗଜପତ୍ର ହୋଇନାହିଁ । ତେଣୁ କାଗଜପତ୍ର ହେବା ଯାଏଁ ତାଙ୍କୁ ଜେଲରେ ମାସେ ରଖା ଯାଇପାରିବ । ସରକାରଙ୍କର ଏପରି ନିଷ୍ପତି ଶୁଣିବାପରେ କୋର୍ଟ କହିଥିଲେ ଯେ, ଏକ ମାସ ମଧ୍ୟରେ ଅଂସାରୀଙ୍କ ସମସ୍ତ ଔପଚାରିକତାକୁ ସମ୍ପୂର୍ଣ୍ଣ କରି ତାଙ୍କୁ ୱାର୍ଧା ବର୍ଡରରେ ଭାରତୀୟ ସେନାଙ୍କ ପାଖରେ ଛଡାଯିବ ।

ଶେଷରେ ଆଜି ଜେଲରୁ ହମିଦ ନିହାଲ ଅଂସାରୀଙ୍କୁ ମୁକ୍ତି ମିଳିବ । ଏହି ଅବସରରେ ତାଙ୍କ ମା କହିଛନ୍ତି କି, ଅଂସାରୀ ଭଲ ଉଦ୍ଦେଶ୍ୟ ନେଇ ଯାଇଥିଲେ, କିନ୍ତୁ ସେଠାରେ ତାକୁ ଗିରଫ କରି ତାଙ୍କ ବିରୁଧରେ ମିଥ୍ୟା ଅଭିଯୋଗ ଲଗାଯାଇଛି । ଅଂସାରୀକୁ ଭିଜା ବ୍ୟତୀତ ଯିବାର ନଥିଲା  । ଅଂସାରୀର ଜେଲରୁ ମୁକ୍ତ ହେଲେ ଏହା ମାନବିକତାର ଜିତ ହେବ ।

By amfnews

Related Post