Wed. Jun 11th, 2025

ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିଥିଲା ମହିଳା, ପରେ ଦିଅର ଦ୍ୱାରା ଛୁରାମାଡର ଶିକାର ହେଲା ଭାଉଜ

By amfnews Apr 23, 2019 #Featured
255 Views

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦିଅର ଛୁରାମାଡରେ ଭାଉଜ ଗୁରୁୁତର ହୋଇଥିବା ଜଣାପଡ଼ିଛି। ଏଭଳି ଏକ ଘଟଣା ଚିକ୍କବିଡାରକ୍କଲୁ ଗ୍ରାମରେ ଘଟିଛି। ଯାହାକି ବେଙ୍ଗାଲୁରୁ ଉତ୍ତରୀଭାଗରେ ଅବସ୍ଥିତ।

ସୂଚନାଯୋଗ୍ୟ, ପୀଡିତା ଅଭିଯୁକ୍ତର ସମ୍ପର୍କରେ ଭାଉଜ ଲାଗିବ। ଅଭିଯୁକ୍ତ ପୀଡିତାକୁ ଅଟୋ ଷ୍ଟାଣ୍ଡରେ ଦେଖି ପ୍ରଥମେ ମାରପିଟ ଆରମ୍ଭ କରିଥିଲା। ଏହାପରେ ଭାଉଜ ପ୍ରେମିକକୁୁ ବି ଟାର୍ଗେଟ କରି ଛୁରାମାଡ କରିଥିଲା। ମହିଳାଙ୍କୁ ବଞ୍ଚାଇବାକୁ ଆସିଥିବା ଜଣେ ଅଟୋ ଚାଳକ ମଧ୍ୟ ଉକ୍ତ ଅଭିଯୁକ୍ତର ଆକ୍ରମଣର ଶିକାର ହୋଇଥିଲେ। ଉକ୍ତ ଅଭିଯୁକ୍ତ ନାମ ଚନ୍ନପ୍ପା ବି ବୋଲି ଜଣାପଡ଼ିଛି।

ପୀଡିତା ଓ ପୀଡିତଙ୍କ ନାମ ଗଙ୍ଗାମା ଓ ଗଡ୍ଡପ୍ପା ବୋଲି ଜଣାପଡ଼ିଛି। ଗଙ୍ଗାମା ନିଜ ସ୍ୱାମୀ ସହିତ ରହୁଥିବା ସମୟରେ ଗଡ୍ଡପା ପ୍ରେମରେ ପଡ଼ି ଯାଇଥିଲେ। ଦୁହିଁଙ୍କ ପ୍ରେମ ସମ୍ପର୍କ ବିଷୟରେ ସ୍ୱାମୀ ଜାଣି ଦେବା ପରେ ପତ୍ନୀ ନିଜ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରି ଦେଇଥିଲେ। ଏହାପରେ ଗଡ୍ଡପ୍ପାକୁ ଜେଲ ହୋଇଯାଇଥିଲା। ଜେଲରୁ ଗଡ୍ଡପା ମୁକୁଳିବା ପରେ ଦୁହେଁ ଚିକ୍କବିଡାରକ୍କଲୁକୁ ସ୍ଥାନାନ୍ତର ହୋଇ ଯାଇଥିଲେ। ଏବଂ ଘର ତିଆରି ଶ୍ରମିକ ଭାବେ କାମ କରୁଥିଲ। ଅଭିଯୁକ୍ତ ଦିଅର ଭାଉଜ ଏଠାରେ କାମ କରୁଥିବା ଜାଣି ନଜର ରଖିବା ଆରମ୍ଭ କରିଥିଲା। ଏବଂ ଦିନେ ଅଟୋ ଷ୍ଟାଣ୍ଡରେ ଗଙ୍ଗାମା ଛିଡା ହୋଇଥିବା ଦେଖି ଆକ୍ରମଣ କରିଥିଲା। ଗଙ୍ଗାମାର ପ୍ରେମିକ ଅଛି ବୋଲି ଜାଣିବା ପରେ ତାଙ୍କ ଉପରକୁ ଛୁରାମାଡ କରିଥିଲା। ଏବଂ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଗୁୁରୁତର ଅବସ୍ଥାରେ ଦୁହିଁଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

By amfnews

Related Post