Thu. Mar 12th, 2026

ପ୍ରେମ ବିବାହର କୁପରିଣତି: ପ୍ରାଣ ହାରିଲେ ନବବିବାହିତା

432 Views

କଣ୍ଟାବାଞ୍ଜି :ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ଜଣେ ନବବିବାହିତାଙ୍କ ମୃତ୍ୟୁ ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି ବ୍ଲକର ବଙ୍ଗମୁଣ୍ଡା ଥାନା ଅନ୍ତର୍ଗତ ଗୁହୁରିଆପଦର ଗ୍ରାମର ଜଣେ ନବବିବାହିତାଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ ଉକ୍ତ ମହିଳାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଗତକାଲି ରାତିରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।

ମୃତ ମହିଳା ହେଲେ ସମ୍ବଲପୁରର ମେଘା ବାଗ । ସେ ରାୟପୁରରେ ରହୁଥିବା ବେଳେ ଗୁହୁରିଆପଦର ଗ୍ରାମର ବିରଞ୍ଚି ଭତ୍ରାଙ୍କ ସହ ସଂପର୍କ ଗଢ଼ିଉଠିଥିଲା।ଏହାର କିଛି ମାସପରେ ଗତ ୪ ମାସ ତଳେ ସେଦୁହେଁ ଗୁହୁରିଆପଦର ଗ୍ରାମର ବିରଞ୍ଚି ଭତ୍ରାଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ସବୁକିଛି ଠିକଠାକ ଚାଲିଥିଲା । କିନ୍ତୁ କିଛିଦିନ ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା । ଏହାକୁ ନେଇ ସ୍ବୀକାର କରିଛି ବିରଞ୍ଚି ଭତ୍ରା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମେଘା ବାଗଙ୍କର ମୃତଦେହ ଜବତ କରିବା ସହ ସ୍ବାମୀ ବିରଞ୍ଚି ଭତ୍ରାକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣାଯାଇଛି।

By amfnews

Related Post