330 Views
ଭୋପାଲ: ଇନ୍ଦିରା ଗାନ୍ଧୀଙ୍କ ନାତୁଣୀ ପ୍ରିୟଙ୍କା ଗାନ୍ଧୀ ରାଜନୀତିରେ ପାଦ ଦେବା ପରଠାରୁ ପୂରା ରାଜନୈତିକ ପାଣିପବନ ବଦଳି ଯାଇଛି। କଂଗ୍ରେସର ଆତ୍ମବିଶ୍ୱାସ ଦୃଢ଼ ହେବା ବେଳେ ପ୍ରିୟଙ୍କାଙ୍କୁ ସମାଲୋଚନା କରି ଆତ୍ମସନ୍ତୋଷ ଲଭୁଛି ବିଜେପି।
ପ୍ରିୟଙ୍କାଙ୍କ ସୁନ୍ଦର ଚେହେରା କଂଗ୍ରେସର ଶକ୍ତି ହୋଇପାରେ ବୋଲି ସମାଲୋଚନା ଉଠିଥିବା ବେଳେ ଏପେଟେ ଅନୁରୂପ ସମାଲୋଚନାରେ ଛନ୍ଦି ହୋଇଛନ୍ତି ବିଜେପି ଅଭିନେତ୍ରୀ ତଥା ବିଜେପି ନେତ୍ରୀ ହେମାମାଳିନୀ।
ଉଲ୍ଳେଖଯୋଗ୍ୟ, ନିକଟ ଅତୀତରେ ବରିଷ୍ଠ ବିଜେପି ନେତା ତଥା ମନ୍ତ୍ରୀ ବିନୋଦ ନାରାୟଣ ଝା ପ୍ରିୟଙ୍କା ଗାନ୍ଧୀଙ୍କ ସଂପର୍କରେ କହିଥିଲେ କି ‘ପ୍ରିୟଙ୍କାଙ୍କର କେବଳ ସୁନ୍ଦର ମୁହଁ ଅଛି, କୌଣସି ପ୍ରକାର ରାଜନୈତିକ ଦକ୍ଷତା ନାହିଁ।’
ଝାଙ୍କ ଏପରି ବୟାନ ପରେ ସୋମବାର ବର୍ମା ମଧ୍ୟ ପ୍ରିୟଙ୍କାଙ୍କୁ ନେଇ ଏକ ମତ ରଖିଥିଲେ। ସେ ବିଜେପିକୁ ପରିହାସ କରି କହିଥିଲେ ଯେ ‘ଏହା ବିଜେପିର ଖରାବ ଭାଗ୍ୟ ଯେ ଦଳରେ ପ୍ରିୟଙ୍କାଙ୍କ ପରି ସୁନ୍ଦର ଚେହେରା ନାହିଁ।’