Fri. Mar 6th, 2026

ପ୍ରସିଦ୍ଧ ଓଡ଼ିଆ ସିନେମାଟୋଗ୍ରାଫର ଗାଗାରିନ ମିଶ୍ରଙ୍କ ପରଲୋକ

318 Views

ଭୁବନେଶ୍ବର : ଓଲିଉଡ୍‌ ପାଇଁ ପୁଣି ଏକ ଦୁଃଖଦ ଖବର। ସୁପ୍ରସିଦ୍ଧ ଓଡ଼ିଆ ସିନେମାଟୋଗ୍ରାଫର ଗାଗାରିନ ମିଶ୍ରଙ୍କର ମୁମ୍ବାଇର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ହୃଦ୍‌ଘାତ ଆସିବା ପରେ ଶ୍ରୀ ମିଶ୍ରଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ସେ  ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ତାଙ୍କର ବହୁପ୍ରସିଦ୍ଧ ଓଡ଼ିଆ ସିନେମାଗୁଡ଼ିକ ମଧ୍ୟରୁ ‘ଫୁଲ ଚନ୍ଦନ’ ଓ ‘ନଈ ସେପାରି କନକ ଗୋରୀ’ ଅନ୍ୟତମ। ୨୦୧୨ ମସିହାର ଚଳଚ୍ଚିତ୍ର ‘ନଈ ସେପାରି କନକ ଗୋରୀ’ ପାଇଁ ତାଙ୍କୁ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଓଡ଼ିଆ ସିନେ ଜଗତ ବ୍ୟତୀତ ଗାଗାରିନ୍ ମିଶ୍ର ବେତାବ, ଚାନ୍ଦିନୀ, ତେଜାବ, ଚାଲବାଜ, ପ୍ୟାର କି ଜିତ, ଜାଲୱା, ରାମ-ଅବତାର ଆଦି ଅନେକ ବଲିଉଡ୍‌ ଚଳଚ୍ଚତ୍ରରେ ମଧ୍ୟ କାମ କରିଛନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏହା ପୂର୍ବରୁ ଚଳତବର୍ଷ ଅଗଷ୍ଟ ମାସରେ ଗାଗାରିନ ମିଶ୍ରଙ୍କ ସାନ ଭାଇ ତଥା ଓଡ଼ିଆ ଚଳଚ୍ଚିତ୍ର ସଂପାଦକ ଦେବେନ୍ ମିଶ୍ରଙ୍କର ହୃଦଘାତରେ ପରଲୋକ ଘଟିଥିଲା।

By amfnews

Related Post