Fri. Nov 8th, 2024

ପ୍ରଶଂସନୀୟ ପ୍ରୟାସ ନିମନ୍ତେ ଆରଏସପିରେ ମହିଳା ଠିକା ଶ୍ରମିକ ପୁରସ୍କୃତ

By amfnews Dec 14, 2018 #Featured
321 Views

ରାଉରକେଲା, ୧୪ା୧୨  : ରାଉରକେଲା ଇସ୍ପାତ କାରଖାନାର କୋକ ଓଭେନ ବିଭାଗରେ ଡିସେମ୍ବର ୧୩ ତାରିଖରେ ଆୟୋଜିତ ଏକ ସ୍ୱତନ୍ତ୍ର ପୁରସ୍କାର ବିତରଣ ଉତ୍ସବରେ କୋକ ଓଭେନ ଓ କୋଲ କେମିକାଲ ବିଭାଗର ଜିଏମ୍ ବିଶ୍ୱଜିତ ପଟ୍ଟନାୟକ ମେସର୍ସ ଅକ୍ଷୟ ସାହୁର ୪ ଜଣ ମହିଳା ଠିକା ଶ୍ରମିକଙ୍କୁ ପୁରୁଣା କୋଲ ହାଣ୍ଡଲିଙ୍ଗ ପ୍ଲାଣ୍ଟର ୬ଟି ବଙ୍କରର ନିପୁଣ ସଫେଇ ନିମନ୍ତେ ପୁରସ୍କୃତ କରିଥିଲେ । ଏହି ଉଦ୍ୟୋଗୀ ପ୍ରୟାସ ଫଳରେ ପଲିମରର ଫଳପ୍ରଦ ରିଲାଇନିଙ୍ଗ ସମ୍ଭବପର ହୋଇପାରିଥିଲା ।

ଉତ୍ସବରେ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ନିଜର ବକ୍ତବ୍ୟରେ ଶ୍ରୀ ପଟ୍ଟନାୟକ ମହିଳା ଠିକା ଶ୍ରମିକଙ୍କ ପ୍ରୟାସର ଉଚ୍ଚ ପ୍ରଶଂସା କରିବା ସହିତ ଅନ୍ୟମାନଙ୍କୁ ସେମାନଙ୍କ ଠାରୁ ଅନୁପ୍ରେରିତ ହେବା ପାଇଁ ଆହ୍ୱାନ ଜଣାଇଥିଲେ । ଉଲ୍ଲେଖନୀୟ ଯେ, ଉପରୋକ୍ତ ୬ଟି ବ୍ଲେଣ୍ଡିଂ ବଙ୍କର ୨୦୧୮ ଜାନୁଆରୀରୁ ସେପ୍ଟେମ୍ବର ମାସ ମଧ୍ୟରେ ପଲିମର ରିଲାଇନିଙ୍ଗ ନିମନ୍ତେ ଖାଲି କରାଯାଇଥିଲା । ବଙ୍କରରୁ ନିଷ୍କାସିତ ସ୍ଲରି ଓ ଆର୍ଦ୍ର କୋଇଲା ବ୍ଲେଣ୍ଡିଂ ବେଲ୍ଟକୁ ଅବରୋଧ କରୁଥିଲା ।

ପୁରସ୍କୃତ ମହିଳା ଠିକା ଶ୍ରମିକମାନେ ସ୍ପିଲେଜ ମେଟେରିଆଲ ସଫେଇ ଓ ରିସାଇକ୍ଲିଙ୍ଗ କାର୍ଯ୍ୟରେ ନିୟୋଜିତ ଥିଲେ । ସେମାନେ ନିପୁଣ ରୂପେ ସେଠାରେ କାର୍ଯ୍ୟ ସମ୍ପାଦନ କରିଥିଲେ ଏବଂ ଅପରେସନାଲ ବିଳମ୍ବ ଓ ଉତ୍ପାଦନ ଜନିତ କ୍ଷତି ଏଡାଇବା ସୁନିଶ୍ଚିତ କରିଥିଲେ । ସେମାନଙ୍କର ପ୍ରଶଂସନୀୟ ପ୍ରୟାସର ଫଳସ୍ୱରୂପ ହାଉସକିପିଙ୍ଗରେ ଉନ୍ନତି ସାଧନ ହେବା ସଙ୍ଗେ ସେଙ୍ଗ ଉକ୍ତ ଅଞ୍ଚଳରେ ସୁରକ୍ଷାରେ ମଧ୍ୟ ଉନ୍ନତି ଘଟିଥିଲା । କୋକ ଓଭେନ ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ବି. ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

By amfnews

Related Post