Sun. Jun 8th, 2025

ପ୍ରଭାସଙ୍କ ସହ କଙ୍ଗନାଙ୍କ ବିବାଦ ହୋଇଥିଲା ,ଜାଣନ୍ତୁ କାହିଁକି ?

By amfnews Oct 10, 2018
254 Views

ମୁମ୍ବାଇ:  ବଲିଉଡର କୁଇନ୍‌ କଙ୍ଗନା ରାଣାଓ୍ଵତ ଅନେକ ସମୟରେ ବିବାଦରେ ଫସିଥାନ୍ତି।  ରିତିକ୍‌ ରୋଶନଙ୍କ ପୂର୍ବରୁ ବାହୁବଲୀ ଫେମ୍‌ ପ୍ରଭାସଙ୍କ ସହ ବି ତାଙ୍କର ବିବାଦ ଏକଦା ଖୁବ୍‌ ଚର୍ଚ୍ଚିତା ହୋଇଥିଲା। ବଲିଉଡ୍‌ର  ସେକ୍ସି ଆଣ୍ଡ ବୋଲଡ୍‌ ହିରୋଇନ୍‌ କଙ୍ଗନା ରାଣାଓ୍ଵତଙ୍କ ସହିତ ଏକ ତେଲୁଗୁ ସିନେମାରେ କାମ କରିଥିଲେ । ଏହାର ଟାଇଟଲ୍‌ ହେଲା ‘ ଏକ୍‌ ନିରଜଂନ ’ । ୨୦୦୮ ମସିହାରେ  ଏହି ଫିଲ୍ମଟି ରିଲିଜ୍‌ ହୋଇଥିଲା ।

କଂଙ୍ଗନା ସେତେବେଳେ ବଲିଉଡ୍‌ର ଟପ୍‌ ହିରୋଇନ୍‌ର ମାନ୍ୟତା ପାଇ ନ ଥିଲେ । ଏଣୁ ସେ ତେଲୁଗୁ ଓ ତାମିଲ ଫିଲ୍ମରେ ବି କାମ କରୁଥିଲେ । ପ୍ରଭାସ ବି ସେତେବେଳେ  ଜଣେ ବିଗ୍‌ ଷ୍ଟାର୍‌ ନ ଥିଲେ । ‘ଏକ ନିରଂଜନ୍‌’ ରେ କଙ୍ଗନାଙ୍କ  ଅଭିନୀତ ଚରିତ୍ରର ନାଆଁ ଥିଲା ସମୀରା । ଏଥିରେ ପ୍ରଭାସ ଜଣେ ଯୁବକ ଭୂମିକାରେ ଅଭିନୟ କରୁଥିଲେ, ଯିଏ କି ଗୁଣ୍ଡା, ବଦମାସ ଲୋକଙ୍କୁ  ଧରି ବୁଲିସ ପାଖରେ  ପହଂଚିଯାଏ ଏବଂ ତା’ର ପ୍ରତିବଦଳରେ ଅର୍ଥ ରୋଜଗାର କରେ । ଏହି ଫିଲ୍ମରେ ପ୍ରଭାସ ଓ କଙ୍ଗନା କେତୋଟି ବୋଲଡ୍‌ ସିନ୍‌ ମଧ୍ୟ  ଦେଇଥିଲେ । ଏସବୁ ସତ୍ତ୍ୱେ ଏକ୍‌ ନିରଂଜନ ଫ୍ଲପ ହୋଇଥିଲା

ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କ ‘ ଫ୍ୟାସନ୍‌ ’ ରିଲିଜ୍‌  ହେବା ପରେ ‘ ଏକ୍‌ ନିରଂଜନ ’ ରିଲିଜ୍‌ ହୋଇଥିଲା । ସେହି ଫିଲ୍ମର ସୁଟିଂ ସମୟରେ ପ୍ରଭାସଙ୍କ ସହିତ କଙ୍ଗନାଙ୍କର ମନୋମାଳିନ୍ୟ ହୋଇଥିଲା । ଏପରିକି ଉଭୟଙ୍କ ଭିତରେ ଝଗଡା ବି ହୋଇଥିଲା । ଏହାପରେ କଙ୍ଗନା କେବେ ବି ପ୍ରଭାସଙ୍କ ସହିତ କଥା ହୋଇ ନାହାନ୍ତି କି ଅନ୍ୟ କୌଣସି ଫିଲ୍ମରେ କାମ କରି ନାହାନ୍ତି ।

By amfnews

Related Post