Sun. Mar 8th, 2026

ପ୍ରବଳ ବର୍ଷା ଯୋଗୁଁ ଉତ୍ତର ପ୍ରଦେଶରେ ଭୁଶୁଡ଼ିଲା ୧୩୩ଟି କୋଠା; ୧୫ ଜଣ ମୃତ୍ୟୁ

222 Views

ଲକ୍ଷ୍ନୌ  : ଗତ ତିନି ଦିନ ମୁଷଳ ଧାରାରେ ବର୍ଷା, ଓ ବଜ୍ରପାତ ଯୋଗୁଁ ଉତ୍ତର ପ୍ରଦେଶର ୧୪ଟି ଜିଲ୍ଲାରେ ପ୍ରାୟ ୧୫ ଜଣ ଲୋକ ପ୍ରାଣ ହରାଇଛନ୍ତି।
ସରକାରୀ ତଥ୍ୟ ଅନୁସାରେ, ଗତ ଚାରି ଦିନ ଅର୍ଥାତ୍‌ ଜୁଲାଇ ୯ ତାରିଖରୁ ୧୨ ତାରିଖ ମଧ୍ୟରେ ୧୫ ଲୋକ ଏବଂ ୨୩ଟି ପଶୁ ପ୍ରାଣ ହାଇଥିବା ବେଳେ ବର୍ଷା ଜନିତ ଘଟଣାରେ ୧୩୩ଟି କୋଠାଘର ଭୁଶୁଡ଼ି ପଡ଼ିଛି।

ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକରେ ଅଛନ୍ତି ଉନ୍ନାଓ, ଅମ୍ବେଦକର ନଗର, ପ୍ରୟାଗରାଜ, ବାରବାଙ୍କୀ, ହାର୍ଦୋଇ, ଖିରି, ଗୋରଖପୁର, କାନପୁର ନଗର, ପିଲିଭିତ, ସୋନାଭଦ୍ରା, ଚାଣ୍ଡୋଲୀ, ଫିରୋଜାବାଦ, ମାଉ ଏବଂ ସୁଲତାନପୁର।

ଶନିବାର ଏବଂ ତା’ ପର ପାଞ୍ଚ ଦିନ ଧରି ଲକ୍ଷ୍ନୌର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହ ଅସରାଏ ଦୁଇ ଅସରାଏ ବର୍ଷା ହେବାର ସମ୍ଭାବନା ରହିଥିବା କଥା ଭାରତୀୟ ପାଣିପାଗ ସଂସ୍ଥାନ କହିଛି।

ଉତ୍ତରାଖଣ୍ଡ, ପୂର୍ବ ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟ ମହାରାଷ୍ଟ୍ର, କୋଙ୍କଣ ଏବଂ ଗୋଆ, ଉପକୂଳବର୍ତ୍ତୀ କର୍ଣ୍ଣାଟକ, ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ମଧ୍ୟ ଶନିବାର ଦିନ ବର୍ଷା ହେବାର ସମ୍ଭାବନା ରହିଛି।

By amfnews

Related Post