Thu. Jan 2nd, 2025

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଥିବା ଉପହାର କିଣିବାକୁ ଲାଗିଲା ହୋର୍ଡିଙ୍ଗ, ନିଲାମ ହେଲା ୨୭୦

By amfnews Jan 29, 2019 #Featured
205 Views

ନୂଆଦିଲ୍ଲୀ, ଜାନୁଆରୀ ୨୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ପେଣ୍ଟିଂ ଏବଂ ତାଙ୍କୁ ଉପହାର ସ୍ୱରୂପ ମିଳିଥିବା କାଠର ଏକ ବାଇକ ପ୍ରତିକୃତି ୫-୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି । ଏହି ଉପହାର ସଂରକ୍ଷଣ ମୂଲ୍ୟ ଯଥାକ୍ରମେ ୫୦ ହଜାର ଏବଂ ୪୦ ହଜାର ଟଙ୍କା ରଖାଯାଇଥିଲା । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ସୋମବାର କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର ଦୁଇ ଦିନ ପର୍ଯ୍ୟନ୍ତ ନିଲାମି ପ୍ରକ୍ରିୟାରେ ୧୯୦୦ ରୁ ୨୭୦ ନିଲାମ ହୋଇଛି ।

ଅବଶିଷ୍ଟ ଉପହାର ନିଲାମି ମଙ୍ଗଳବାର www.pmmementos.gov.in ମାଧ୍ୟମରେ ଆରମ୍ଭ ହୋଇ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ । ଈ-ନିଲାମି ପ୍ରକ୍ରିୟା ପୂରା ହେବା ପରେ ମୋଟ ରାଶିକୁ ‘ନମାମି ଗଙ୍ଗେ’ ପ୍ରକଳ୍ପରେ ଖର୍ଚ୍ଚ କରାଯିବ । ଶର୍ମା କହିଛନ୍ତି, ସ୍ୱର୍ଣ୍ଣ ମନ୍ଦିରର ଏକ ସ୍ମୁତି ଚିହ୍ନ ୩.୫ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି, ଯାହାର ମୂଲ୍ୟ ୧୦ ହଜାର ଟଙ୍କା ନିର୍ଦ୍ଧାରଣ କରାଯାଇଥିଲା । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଦେଶର ବିଭିନ୍ନ ଅଂଚଳ ତଥା ବିଦେଶ ଗସ୍ତ କରନ୍ତି, ତାଙ୍କୁ ସେଠାରୁ ଅନେକ ବହୁ ମୂଲ୍ୟବାନ ଉପହାର ମିଳିଥାଏ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଥିବା ଉପହାର ନିଲାମି ପାଇଁ ପ୍ରସ୍ତୁତ କରାଯାଇଛି । ନିଲାମରୁ ଯେଉଁ ଟଙ୍କା ମିିଳିବ, ତାହା ଗଙ୍ଗା ସଫେଇ କାମରେ ଲାଗିବ । ମୋଦୀଙ୍କୁ ଉପହାର ଆକାରରେ ପେଣ୍ଟିଂ, ମୂର୍ତ୍ତି, ଶାଳ, ପଗଡ଼ି, ଜ୍ୟାକେଟ, ପାରଂପରିକ ବାଦ୍ୟ, କଲମ, ଟି-ସାର୍ଟ, ଚାଇନା ମାଟି ପାତ୍ର, ମନ୍ଦିର, ବିଷ୍ଣୁ, ଲକ୍ଷ୍ମୀ, ଗଣେଶଙ୍କ ମୂର୍ତ୍ତି, ପୁସ୍ତକ ଆଦି ଉପହରା ମିଳିଛି ।

 

By amfnews

Related Post