Tue. Dec 24th, 2024

ପ୍ରଧାନମନ୍ତ୍ରୀ ମୋଦୀ ଓ ଶେଖ ହାସିନାଙ୍କ ବୈଠକ ଆଜି, ୫୫ ବର୍ଷ ପରେ ସୀମାରେ ଦୌଡିବ ଟ୍ରେନ!

By amfnews Dec 17, 2020 #Featured
196 Views

ନୂଆଦିଲ୍ଲୀ, ଡିସେମ୍ବର ୧୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ବାଂଲାଦେଶୀ ସମକକ୍ଷ ଶେଖ ହାସିନାଙ୍କ ମଧ୍ୟରେ ଆଜି ଗୁରୁତ୍ୱପୂର୍ଣ୍ଣ ଭର୍ଚୁଆଲ ବୈଠକ ହେବାକୁ ଯାଉଛି । ଏହି ଅନଲାଇନ ସମ୍ମିଳନୀ ସମୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ୫୫ ବର୍ଷ ପରେ ସୀମା-ଆରପାରିରେ ରେଳ ଚଳାଚଳ କରିବା ନେଇ ସହମତି ହୋଇପାରେ । 

ଜାତୀୟ ଗଣମାଧ୍ୟମକୁ ମିିଳିଥିବା ବିଶ୍ୱସ୍ତ ସୂତ୍ର ଅନୁସାରେ ରେଳ ସହିତ ଅନ୍ୟ କିଛି ବୁଝାମଣା ଉପରେ ମଧ୍ୟ ଆଲୋଚନା ହୋଇପାରେ । ପଶ୍ଚିମବଙ୍ଗର ବାଂଲାଦେଶ ସହିତ ଭଲ ସଂପର୍କ ପାଇଁ ଚିଲହାଟୀ-ହଲଦିବାଡି ରେଳବାଇର ଉଦଘାଟନ ହୋଇପାରେ । ଏତଦ ବ୍ୟତୀତ ବାଂଲାଦେଶର ଜାତୀୟ ପିତା ଶେଖ ମୁଜିବୁର ରହମାନଙ୍କ ଜନ୍ମଶତାବ୍ଦୀ ଅବସରରେ ଉଭୟ ପ୍ରଧାନମନ୍ତ୍ରୀ ଏକ ସ୍ମରଣୀୟ ଡାକ ଟିକେଟ ଜାରି କାରିପାରନ୍ତି ।  

ପ୍ରଧାନମନ୍ତ୍ରୀ ଶେଖ ହାସିନା କହିଛନ୍ତି ଯେ, ପାକିସ୍ତାନ ଠାରୁ ବାଂଲାଦେଶ ଅଲଗା ହେବା ୪୯ ବର୍ଷ ପୂରଣ ହୋଇଛି । ବାଂଲାଦେଶରେ ସମସ୍ତ ଧର୍ମ ଓ ଜାତିର ଲୋକଙ୍କୁ ସମାନ ପ୍ରକାରର ଅଧିକାର ମିଳୁଛି । ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେ କହିଛନ୍ତି ଯେ, ସବୁ ଧର୍ମର ଲୋକଙ୍କୁ ସମାନ ସୁବିଧା ମିଳୁଛି । 

By amfnews

Related Post