Sat. Mar 7th, 2026

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜ୍ୟୁସେପ କୋଣ୍ଟେ

348 Views

ନୂଆଦିଲ୍ଲୀ, ଜାନୁଆରୀ 27 : ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜ୍ୟୁସେପ କୋଣ୍ଟେ। ସେ  ଗତକାଲି  ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି। 

ସୂଚନାନୁଯାୟୀ, ଗତ କିଛିଦିନ ତଳେ କୋଣ୍ଟେଙ୍କ ବିରୋଧରେ ସଂସଦରେ ଆସ୍ଥା ଜିତିବାକୁ ପ୍ରସ୍ତାବ ଆସିଥିଲା କ୍ଷ ସେ ସଂସଦରେ ଆସ୍ଥା ଭୋଟ ଜିତିଥିଲେ କ୍ଷ ଏହାସହ ସରକାର ବଞ୍ଚେଇବାରେ ସଫଳ ହୋଇଥିଲେ। ଏବେ କିନ୍ତୁ ଦେଶର ରାଜନୀତିରେ ଝଡ ସ୍ରୁଷ୍ଟି ହୋଇଛି କ୍ଷ ଆସ୍ଥା ଭୋଟର ୭ ଦିନ ପରେ  କଣ୍ଟେ ଇସ୍ତଫା ପ୍ରଦାନ କରିଛନ୍ତି 

ଇଟାଲି ସଂସଦରେ କଣ୍ଟେଙ୍କୁ ୧୪୦ ଭୋଟ ମିଳିଥିଲା କ୍ଷ ଏପରିକି ପୂର୍ବତନ ପ୍ରଧାନମନ୍ତ୍ରୀ ସିଲାବିୟୋ ବର୍ଲୁସ୍କୋନୀଙ୍କ ଦଳର ୨ ଅସନ୍ତୁଷ୍ଟ ସାଂସଦ  କଣ୍ଟେଙ୍କୁ ସମର୍ଥନ କରିଥଲେ। 

ସୂଚନାଯୋଗ୍ୟ, ୩୨୦ ଆସନ ଥିବା ସଂସଦରେ ସ୍ପଷ୍ଟ ବହୁମତ  ପାଇଁ ୧୬୧ ସାଂସଦ ସମର୍ଥନ ଆବଶ୍ୟକ। ରାଷ୍ଟ୍ରପତି କାର‌୍ୟ୍ୟାଳୟ ପକ୍ଷରୁ ଜାରି ବୟାନ ରେ କୁହାଯାଇଛି ଯେ, ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫାପତ୍ର ଗ୍ରହଣ କରି ନେଇଛନ୍ତି ଛନ୍ତି। ଅନ୍ୟପଟେ କଣ୍ଟେଙ୍କ ସମର୍ଥକମାନେ ନୂତନ ସରକାର ଗଠନ ପାଇଁ ଏହାକୁ ଆଉ ଏକ ପ୍ରୟାସ ବୋଲି କହିଛନ୍ତି 

By amfnews

Related Post