Wed. Dec 25th, 2024

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁ ଟେକ୍ ସମ୍ମିଳନୀ କରିବେ ଉଦଘାଟନ

By amfnews Nov 19, 2020 #Featured
107 Views

ନୂଆଦିଲ୍ଲୀ, ନଭେମ୍ବର ୧୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁ ଟେକ ସମ୍ମିଳନୀ-୨୦୨୦କୁ ଉଦଘାଟନ କରିବେ । ବିଶ୍ୱରେ ଦେଖାଯାଇଥିବା କରୋନା ମହାମାରୀ ସମୟରେ ଟେକନୋଲୋଜୀ କିଭଳି ଭାବେ ଗୁରୁଦାୟିତ୍ୱ ଗ୍ରହଣ କରିଛି, ସେ ନେଇ ସମ୍ମିଳନୀରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ ।

ସୂଚନାଯୋଗ୍ୟ ବେଙ୍ଗାଲୁରୁ ଟେକ ସମ୍ମିଳନୀ ଆଜିଠାରୁ ଆରମ୍ଭ ହୋଇ ଚଳିତ ମାସ ୨୧ ତାରିଖ ଯାଏଁ ଜାରି ରହିବ । କର୍ଣ୍ଣାଟକ ସରକାର ଓ କର୍ଣ୍ଣାଟକ ଇନୋଭେସନ ଆଣ୍ଡ ଟେକେନୋଲୋଜୀ ସୋସାଇଟି (କେଆଇଟିଏସ) ଦ୍ୱାରା ଆୟୋଜିତ ସମ୍ମିଳନୀରେ ସୂଚନା ଓ ପ୍ରଯୁକ୍ତିବଦ୍ୟା, ବାୟୋଟେକ୍ନୋଲୋଜୀ, ସାର୍ଟଅପ, ସଫ୍ଟୱେର ଟେକ୍ନୋଲୋଜୀ ପାର୍କ ଏବଂ ଏମଏମ ଆକ୍ଟିଭ ସ୍କି-ଟେକ କମ୍ୟୁନିକେସନକୁ ଫୋକସ କରିବ । 

ବେଙ୍ଗାଲୁରୁ ଟେକ ସମ୍ମିଳନୀରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମରିସନ, ସୁଇସ କନଫେଡେରେସନର ଉପସଭାପତି ଗେ ପରମେଲିନ ଏବଂ ଅନ୍ୟ ଅନ୍ତର୍ଜାତୀୟ ଚେହେରାଙ୍କ ଉପସ୍ଥିତି ରହିବ । 

By amfnews

Related Post