Tue. Dec 24th, 2024

ପ୍ରଧାନ ମନ୍ତ୍ରୀ ଜନଧନ ଯୋଜନାରେ ଅନ୍ତର୍ଭୁକ୍ତ ହେବେ ଜିଲ୍ଲାର ୩୮୬ ଗ୍ରାମ

229 Views

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ଧନ୍ ଯୋଜନାର କାର୍ଯ୍ୟକ୍ଷମ କରିବାପାଇଁ ବ୍ୟାଙ୍କ ମାଧ୍ୟମରେ ଆରମ୍ଭ କରାଯାଇଛି  । ବୁଧବାର ଏହାକୁ ନେଇ ସ୍ଥାନୀୟ ଜିଲ୍ଲାକାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଉକ୍ତ କାର୍ଯ୍ୟକ୍ରମର ଦ୍ୱିତୀୟ ଦଫା ଜିଲ୍ଲାର ସମସ୍ତ ବ୍ୟାଙ୍କକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି  ।

ଏଥିରେ ମୁଖ୍ୟ ଅତିଥିଭାବେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ଏକ୍ଜ୍ୟୁକ୍ଟିଭ୍ ଡାଇରେକ୍ଟର ଅଜୟ କୁମାର ଶ୍ରୀବାସ୍ତବ ଯୋଗ ଦେଇ ଉକ୍ତ ଯୋଜନାକୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ପୂରଣ କରିବାପାଇଁ ସମସ୍ତ ବ୍ୟାଙ୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ  । ଚଳିତବର୍ଷ ଏପ୍ରିଲ୍ ୧୪ ତାରିଖଠାରୁ ଦେଶ ସାରା ୩୩୮ଟି  ଗ୍ରାମକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା  । ଆରମ୍ଭ ହୋଇଥିବା ଉକ୍ତ ଯୋଜନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ମେ ମାସ ୫ ତାରିଖ ସୁଦ୍ଧା ଚାଲିଥିଲା  ।

ଯେଉଁଥିରେ କି ଜିଲ୍ଲାର ୭ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି  । ସେଥିମଧ୍ୟରେ ରଂଜା, ମୁର୍ମା, ଚାନ୍ଦିପାଳ, ଜୟପୁର, କିର୍ତ୍ତନପୁର, ଗାଲପଡା ଓ ସଦାଶିବପୁର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ  । ଯେଉଁଥିରେ କି ଶତପ୍ରତିଶତ ହେଲାପରେ ବୁଧବାର ଏହି ଦ୍ୱିତୀୟ ପର୍ଯ୍ୟାୟର ବୈଠକ ଅନୁଷ୍ଠିତ ହୋଇଥିଲା । ଯାହାକି ଚଳିତ ମାସ ଜୁନ୍ ୧ ତାରିଖ ଠାରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରାଯାଇଛି  । ଯେଉଁଥିରେ କି ଜିଲ୍ଲାର ୩୮୬ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯିବ  ।  ୧ହଜାରରୁ ଉର୍ଦ୍ଧ୍ୱ ଥିବା ଜନସାଧାରଣ ଗ୍ରାମରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ  ।

ଏହି ଧନଜନ୍ ଯୋଜନାରେ  ଗ୍ରାମବାସୀମାନେ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ବୀମା ଯୋଜନାର ଲାଭ ଉଠାଇପାରିବେ  । ଜୀବନ ଜ୍ୟୋତି ପାଇଁ ୩୩୦ଟଙ୍କା ଏବଂ ସ୍ୱାସ୍ଥ୍ୟ ବୀମା ୧୨ଟଙ୍କା ଦେୟ ପ୍ରଦାନ କରିବାକୁ ପଡିବବୋଲି ଉକ୍ତ ବୈଠକରେ ସୂଚନା ଦେଇଥିଲେ  । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ୟୁକୋ ବ୍ୟାଙ୍କର ଜୋନାଲ ମ୍ୟାନେଜର ଏବଂ ଷ୍ଟେଟ୍ ବ୍ୟାଙ୍କର ଜୋନାଲ ମ୍ୟାନେଜରଙ୍କ ସମେତ ଜିଲ୍ଲାର ସମସ୍ତ ବ୍ୟାଙ୍କ ଏବଂ ଶାଖା କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ  ।

Related Post