Sat. Mar 7th, 2026

ପ୍ରଦର୍ଶନୀରେ ଅଗ୍ନିକାଣ୍ଡ; ୭ ବ୍ୟକ୍ତି ଡାକ୍ତରଖାନାରେ

252 Views

ହାଇଦ୍ରାବାଦ: ବୁଧବାର ସନ୍ଧ୍ୟାରେ ହାଇଦ୍ରାବାଦର ନାମପାଲ୍ଲିରେ ଚାଲିଥିବା ନୁମାଇଶ ପ୍ରଦର୍ଶନୀରେ ଭୟବହ ଅଗ୍ନିକାଣ୍ଡ ଘଟିବାରୁ ପଡ଼ିଆରେ କୋକୁଆ ଭୟ ଖେଳି ଯାଇଥିଲା। ଶ୍ୱାସରୁଦ୍ଧ ହୋଇଯିବା କାରଣରୁ ସାତ ଜଣ ଲୋକଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆ ଯାଇଥିଲା।

ତେଲେଙ୍ଗାନାରେ ଆୟୋଜିତ ଏହି ଜନପ୍ରିୟ ବ୍ୟାବସାୟିକ ମେଳାରେ ଲାଗିଥିବା ନିଆଁ ଲିଭାଇବାକୁ ସଙ୍ଗେ ସଙ୍ଗେ ଦମକଳ ଯାଇ ପହଞ୍ଚିଥିଲା। ପ୍ରଦର୍ଶନୀର ଗୋଟିଏ ଷ୍ଟଲ୍‌ରେ ପ୍ରଥମେ ନିଆଁ ଲାଗିବାରୁ ତାହା ଅନ୍ୟ ଷ୍ଟଲ୍‌କୁ ବ୍ୟାପୀ ଥିଲା। ବେଗମ୍‌ ବଜାରର ଜଣେ ପୁଲିସ କର୍ମଚାରୀଙ୍କ କହିବା ଅନୁସାରେ ୧୫ ରୁ ୨୦ ମିନିଟ୍‌ ମଧ୍ୟରେ ଅନ୍ୟୂନ ୫/୬ଟି ଏଲ୍‌ପିଜି ସିଲିଣ୍ଡର୍‌ ବିସ୍ଫୋରଣ ଘଟିବାରୁ ନିଆଁ ଦ୍ରୁତ ବେଗରେ ଚରି ଯାଇଥିଲା।

ପ୍ରଦର୍ଶନୀ ପଡ଼ିଆରେ ଲୋକେ ଭୟଭୀତ ହୋଇ ଧାଁଦୌଡ଼ କରିବାରୁ ଉପୁଜି ଥିବା ଦଳାଚକଟା ଭଳି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଘଟନାସ୍ଥଳରେ କାର୍ଯ୍ୟରତ କର୍ତ୍ତୃପକ୍ଷମାନଙ୍କ ପ୍ରତି କଠିନ ହୋଇଥିଲା।

By amfnews

Related Post