Sat. Dec 28th, 2024

ପ୍ରଦର୍ଶନକାରୀ-ସୁରକ୍ଷାବାହିନୀ ମଧ୍ୟରେ ମୁହାଁମୁହିଁ, ଦୀପାବଳି ପୂର୍ବରୁ ହିଂସାରେ ୧୦ ଆହତ

By amfnews Nov 7, 2018 #Featured
151 Views

ଗୌହାଟୀ, ନଭେମ୍ବର ୦୭: ମିଜୋରାମରେ ମଙ୍ଗଳବାର ପ୍ରଦର୍ଶନକାରୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ହଜାର ହଜାର ସଂଖ୍ୟାରେ ପ୍ରଦର୍ଶନକାରୀମାନେ କୋଲସିବରେ ଉପାୟୁକ୍ତ କାର୍ଯ୍ୟାଳୟକୁ ଘେରିଥିଲେ । ଉତ୍ତ୍ୟକ୍ତ ସାଧାରଣ ଜନତା ଭୋଟ ତାଲିକାରେ ସାମିଲ କରାଯାଇଥିବା ୨୦୦ ବ୍ରୁ ଲୋକଙ୍କ ନାମ ବାତିଲ କରିବାକୁ ଦାବି କରିଥିଲେ । ଧାରଣା ପ୍ରଦର୍ଶନ ସମୟରେ ଉପାୟୁକ୍ତ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିଲା । ଏହା ପରେ ପୋଲିସକୁ ଲୁହବୁହା ଗ୍ୟାସ ବ୍ୟବହାର କରିବାକୁ ପଡ଼ିଥିଲା । ଏହାରି ଭିତରେ ଉତ୍ତକ୍ତ ଜନତା କିଛି ଯାନବାହାନରେ ନିଆଁ ସଂଯୋଗ କରି ଦେଇଥିଲେ ।

ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ଲାଠି ଚାର୍ଜ କରିଛି । ଫଳରେ ୧୦ ଜଣ ଲୋକ ଆହତ ହୋଇଛନ୍ତି । ଏଥିରେ କିଛି ସୁରକ୍ଷାକର୍ମୀ ମଧ୍ୟ ସାମିଲ ଅଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି  କରାଯାଇଛି ।

ସୂଚନାଯୋଗ୍ୟ ମିଜୋରାମରେ ୪୦ ସଦସ୍ୟ ବିଧାନସଭା ପାଇଁ ଆଗାମୀ ନଭେମ୍ବର ୨୮ରେ ନିର୍ବାଚନ ହେବ । ବିଧାନସଭା ନିର୍ବାଚନ ପାଇଁ ରାଜ୍ୟର ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଚଳାଇଛନ୍ତି । ଭୋଟର ତାଲିକାରେ ତ୍ରୁଟି ଥିବା ଦର୍ଶାଇ ପ୍ରଦର୍ଶନକାରୀମାନେ ମଙ୍ଗଳବାର ବିରୋଧ ପ୍ରଦର୍ଶନ କରିଥିଲେ, ଯାହାକି ହିଂସାର ରୂପ ନେଇଛି । ରାଜ୍ୟ ନିର୍ବାଚନ ଆୟୁକ୍ତ ଦ୍ୱାରା ଜଣେ ମୁଖ୍ୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ପ୍ରଦର୍ଶନ ହୋଇଛି । ତାଙ୍କୁ ଚାକିରୀରୁ ବହିଷ୍କାର କରଯାଉ ବୋଲି ସାଧାରଣ ଜନତା ଦାବି କରିଛନ୍ତି ।

By amfnews

Related Post