Wed. May 21st, 2025

ପ୍ରଥମେ ‘ନା’ କହିବା ପରେ, ମାଲଦାରେ ଅମିତ ଶାହାଙ୍କ ହେଲିକପ୍ଟର୍‌ ଓହ୍ଲାଇବାକୁ ଅନୁମତି ଦେଲେ ପଶ୍ଚିମବଙ୍ଗ ସରକାର

By amfnews Jan 21, 2019 #Featured
359 Views

ନୂଆଦିଲ୍ଲୀ, ଜାନୁଆରୀ ୨୧: ନିରାପତ୍ତା କାରଣ ଦର୍ଶାଇ ମାଲଦା ଜିଲ୍ଲାରେ ଥିବା ହେଲିପ୍ୟାଡରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ହେଲିକପ୍ଟର ଓହ୍ଲାଇବାକୁ ପଶ୍ଚିମବଙ୍ଗ ସରକାର ବାରଣ କରିବା ପରେ, ପୁଣି ସୋମବାର ଦିନ ହଁ କହିଛନ୍ତି।

ନିକଟ ଅତୀତରେ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଥିବା ଶାହା ଉତ୍ତର ବଙ୍ଗ ଅନ୍ତର୍ଗତ ମାଲଦାରେ ମଙ୍ଗଳବାର ଦିନ ଭାରତୀୟ ଜନତା ପାର୍ଟି କର୍ମୀଙ୍କର ଏକ ରାଲିରେ ସମ୍ବୋଧନ ଦେବେ।

ହୋଟେଲ୍‌ ଗୋଲ୍‌ଡେନ୍‌ ପାର୍କ ବିପରୀତରେ ଥିବା ପଡ଼ିଆରେ ହେଲିକାପ୍ଟର୍‌ ଓହ୍ଲାଇବା ସମ୍ଭବପର ନୁହେଁ ବୋଲି ମାଲଦା ଜିଲ୍ଲା ପ୍ରଶାସନ ପୂର୍ବରୁ କହିଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକାପ୍ଟର୍‌ ମଧ୍ୟ ଅବତରଣ କରେ।

ମାଲଦା ହେଲିପ୍ୟାଡର ଉନ୍ନତିକରଣ କାର୍ଯ୍ୟ ପୂରାଦମ୍‌ରେ ଚାଲିଥିବାରୁ ବିପୁଳ ପରିମାଣର ସରୁବାଲି, ଧୂଳି ଏବଂ ଜିଏସ୍‌ବି ସାମଗ୍ରି ରନ୍‌େଓ୍ଵ ଏବଂ ବିଭିନ୍ନ ଆଡ଼ ଜମା ହୋଇଛି। ଏଥିପାଇଁ ଅସ୍ଥାୟୀ ହେଲିପ୍ୟାଡ୍‌ ମରାମତି କାର୍ଯ୍ୟ ଠିକ୍‌ ଭାବେ ହୋଇ ପାରୁ ନାହିଁ। ଏ ଭଳି ପରିସ୍ଥିତିରେ ମାଲଦାରେ ହେଲିକପ୍ଟର୍‌ ଅବତରଣ କରିବା ନିରାପଦ ନୁହେଁ। ତେଣୁ ଅମିତ ଶାହାଙ୍କ ହେଲିକପ୍ଟର୍‌ ଲାଗି ଅନୁମତି ଦେବା ସମ୍ଭବ ନୁହେଁ ବୋଲି ଜାନୁଆରି ୧୮ ତାରିଖ ଚିଠିରେ କୁହାଯାଇ ଥିଲା।

By amfnews

Related Post