Mon. Dec 23rd, 2024

ପ୍ରଥମ ପ୍ରିୟବ୍ରତ ମେମୋରିଆଲ ଓପନ ରାଉରକେଲା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ନାଇଟ୍ ରାଇଡର ଚମ୍ପିୟନ ଓ ରେଞ୍ଜର ପ୍ରଥମ ରନର୍ସଅପ୍

By amfnews Dec 5, 2018 #Featured
267 Views

ରାଉରକେଲା, ଡିସେମ୍ବର ୦୫  : ଶିଳ୍ପ ସହରାଞ୍ଚଳର ଅନ୍ୟତମ କ୍ରୀଡା ସଙ୍ଗଠନ ଚ୍ୟାଲେଞ୍ଜର ସ୍ପୋର୍ଟିଙ୍ଗ କ୍ରିକେଟ୍ କ୍ଲବ୍ ପକ୍ଷରୁ ଗତ ୧୮ ତାରିଖ ଠାରୁ ଆରମ୍ଭ ହୋଇଥିବା ପ୍ରଥମ ପ୍ରିୟବ୍ରତ ମେମୋରିଆଲ ଓପନ ରାଉରକେଲା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ସ୍ଥାନୀୟ ସେକ୍ଟର-୧୩ ଜେଟିସିସି ପଡିଆରେ ଆୟୋଜିତ ଟୁର୍ଣ୍ଣାମେଣ୍ଟର ଅନ୍ତିମ ପର୍ଯ୍ୟାୟରେ ଅନୁଷ୍ଠିତ ଉକ୍ରଣ୍ଠାପୂର୍ଣ୍ଣ ଫାଇନାଲ ମ୍ୟାଚ୍ରେ ନାଇଟ୍ ରାଇଡର ଦଳ ରେଞ୍ଜର ଦଳକୁ ପରାସ୍ତ କରି ବିଜୀୟ ହୋଇଥିବା ବେଳେ ରେଞ୍ଜର ପ୍ରଥମ ରନର୍ସଅପ୍ ଆଖ୍ୟା ଅର୍ଜନ କରିଛି । ସେହିଭଳି ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ସନ୍ତୋଷ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ଶଶିକାନ୍ତ ମ୍ୟାନ୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଛନ୍ତି ।

ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବା ପରେ କ୍ଲବ୍ ପକ୍ଷରୁ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ଆର୍ଏସ୍ପି ସହରସେବା ପ୍ରଶାସନ ବିଭାଗର ମହାପ୍ରବନ୍ଧକ ନିରଜ କୁମାର ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଯାପନୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ପ୍ରଥମ ଥର ପାଇଁ ଚ୍ୟାଲେଞ୍ଜର ସ୍ପୋର୍ଟିଙ୍ଗ କ୍ରିକେଟ୍ କ୍ଲବ୍ ପକ୍ଷରୁ କ୍ରିକେଟ୍ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିବାରୁ ଆୟୋଜକ କ୍ଲବ୍ର ସଦସ୍ୟମାନଙ୍କୁ ସାଧୁବାଦ ଜଣାଇଥିଲେ । ଏଥିସହ ଉପସ୍ଥିତ ପ୍ରତିଯୋଗୀ ଖେଳାଳୀମାନଙ୍କୁ କ୍ରୀଡାର ଉପାଦେୟ ଉପରେ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ ।

କ୍ଲବ୍ ସଭାପତି ଜିତେନ ରାୟ ଓ ସମାଜସେବୀ ପ୍ରମୋଦ ସେଠୀଙ୍କ ନେତୃତ୍ୱ ଏବଂ କ୍ଲବ୍ ମ୍ୟାନେଜର ରାଜା ସ୍ୱାଇଁଙ୍କ ପରିଚାଳନାରେ ଆୟୋଜିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ବିଜେଡି ସମ୍ପାଦକ ଆନନ୍ଦ ଚନ୍ଦ୍ର ମହାନ୍ତି ଯୋଗ ଦେଇ କ୍ଲବ୍ର ସଦସ୍ୟ ତଥା ପ୍ରତିଯୋଗୀମାନଙ୍କୁ ସାଧୁବାଦ ଜଣାଇବା ସହ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀର ମହିଳା ବିଜେଡି ସଭାନେତ୍ରୀ ଇନ୍ଦିରା ନାୟକ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ସାମନ୍ତରାୟ ଆୟୋଜକ କ୍ଲବ୍ ପକ୍ଷରୁ ବିଜୟୀ ନାଇଟ୍ ରାଇଡର ଦଳକୁ ଓ ରନର୍ସଅପ୍ ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ଜ୍ୟୋତି ରଞ୍ଜନ ମହାନ୍ତି, ରଣଜିତ ଭୂୟାଁ, ମନୋଜ ମିଶ୍ର, ବିକ୍ରମ ସାହୁ, ଦେବ ବିଶ୍ୱାଳ, ରମେଶ ପାତ୍ର, ଅଶୋକ ଜେନା, ସଂଜୟ ଦାସ, ମନୋଜ ସିଂ, ଟୁନା ଜେନା, ସରୋଜ ସାମଲ, ମନୁ ସାମଲ, ଅଜୟ ବାରିକ, ସୀତାକାନ୍ତ ରଥ, ଆଲୋକ ନାୟକ, ନାରୀନେତ୍ରୀ ପ୍ରତିମା ରାଉତ, ଆଶାମଣି ଦାସ, ସୁମନ ପ୍ରସାଦ, ଉମା ନାୟକ, ରଞ୍ଜିତା ମହାରଣା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜିତେନ ରାୟ, ରାଜା ସ୍ୱାଇଁ ସକ୍ରିୟ ସହଯୋଗ କରିଥିବା ବେଳେ ଯୁବ ସମାଜସେବୀ ବରଦା ପ୍ରସନ୍ନ ଦାସ କାର୍ଯ୍ୟକ୍ରମ ସଂଯୋଜନା ସହ ଧନ୍ୟବାଦ ଦେଇଥିଲେ ।

By amfnews

Related Post