Sun. May 11th, 2025

ପ୍ରଥମ ଥର ପାଇଁ ଫେସ୍‌ମାସ୍କ ପିନ୍ଧିଲେ ଟ୍ରମ୍ପ୍‌, ଏହାକୁ ଦେଶପ୍ରେମ ବୋଲି କହି କଲେ ଟ୍ବିଟ୍‌

By amfnews Jul 21, 2020 #Featured
216 Views

ୱାଶିଂଟନ୍‌: ମହାମାରୀ କରୋନା ଭାଇରସ୍‌ କବଳରୁ ନିଜକୁ ବଞ୍ଚାଇବା ପାଇଁ ଫେସ୍‌ମାସ୍କ ପିନ୍ଧିବା ଏବେ  ଆବଶ୍ୟକୀୟ ପାଲଟି ଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ଫେସ୍‌ମାସ୍କ ପିନ୍ଧି ଟ୍ବିଟର୍‌ରେ ଫଟୋ ପୋଷ୍ଟ୍‌ କରିଛନ୍ତି। ସେ ଫେସ୍‌ମାସ୍କ ପିନ୍ଧିବାକୁ ଦେଶପ୍ରେମ ବୋଲି କହିଛନ୍ତି।

ଟ୍ରମ୍ପ୍‌ ତାଙ୍କ ଟ୍ବିଟ୍‌ରେ ଲେଖିଛନ୍ତି, ‘ଅଦୃଶ୍ୟ ଚାଇନା ଭାଇରସ୍‌କୁ ହରାଇବା ପାଇଁ ଆ‌ମେ ସମସ୍ତେ ଏକାଠି ହୋଇଛୁ। ଅନେକ ଲୋକ କହୁଛନ୍ତ ଯଦି ତୁମେ ସାମାଜିକ ଦୂରତ୍ବ ରକ୍ଷା କରୁ ନାହିଁ ତ ତୁମେ ଫେସ୍‌ମାସ୍କ ପରିଧାନ କରିବା ଏକ ପ୍ରକାରର ଦେଶପ୍ରେମ। ମୋଠାରୁ ଦେଶପ୍ରେମୀ ଆଉ କେହି ହୋଇପାରିବେ ନାହିଁ, ଆପଣଙ୍କ ପ୍ରିୟ ରାଷ୍ଟ୍ରପତି !’ ରାଷ୍ଟ୍ରପତି ଟ୍ରମ୍ପ୍‌ ତାଙ୍କର ଏହି ପୋଷ୍ଟ୍‌ରେ ନିଜର ଏକ ଫଟୋ ମଧ୍ୟ ଦେଇଛନ୍ତି। ସେହି ଫଟୋରେ ସେ ଫେସ୍‌ମାସ୍କ ପିନ୍ଧିଥିବା ନଜର ଆସିଛନ୍ତି।

ଟ୍ରମ୍ପ୍‌ ପିନ୍ଧିଥିବା ମାସ୍କରେ ଆମେରିକୀୟ ପ୍ରେସିଡେଣ୍ଟିଆଲ୍‌ ସିିଲ୍‌ ଅଛି। ପ୍ରଥମ ଥର ପାଇଁ ଟ୍ରମ୍ପ୍‌ ନିଜ ମୁହଁକୁ ମାସ୍କରେ ଢାଙ୍କିଥିବାର ନଜର ଆସିଛନ୍ତି। ଆପଣଙ୍କ ମନେ ଥିବ ନିଶ୍ଚୟ ଯେ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ୍‌ ଫେସ୍‌ମାସ୍କ ପିନ୍ଧିବାକୁ ଥଟ୍ଟା କରୁଥିଲେ। ମାସ୍କ ପିନ୍ଧି ଦେଲେ ଯେ କରୋନାକୁ ହରାଇ ହେବ ତାହାର କିଛି ମାନେ ନାହିଁ ବୋଲି କହିଥିଲେ ଟ୍ରମ୍ପ୍‌। ଆହୁୁରି ମଧ୍ୟ କହିଥି‌ଲେ କି ଭବିଷ୍ୟତରେ ସେ ତାଙ୍କ ମନ ବଦଳାଇବେ କି ନାହିଁ ସେ ଜାଣନ୍ତିନି। ତେବେ ଶେଷରେ ଡୋନାଲ୍ଡ ଟ୍ରମ୍ଫ ପିନ୍ଧିଛନ୍ତି ମାସ୍କ।

By amfnews

Related Post